You are currently viewing ବାଲ୍ୟବିବାହ
ବାଲ୍ୟବିବାହ

ବାଲ୍ୟବିବାହ

ଆମ ସମାଜରେ ଝିଅଙ୍କୁ ଭାବନ୍ତି
ପରିବାରର ଗୋଟେ ବୋଝ
ତେଣୁ ବାଲ୍ୟକାଳୁ ବିବାହ ଦିଅନ୍ତି
ନ ଭାବିକି ଆଗପଛ ॥

ବାପାମାଆ ଭାବନ୍ତି ବିବାହ ଦେଇକି
ଦେଲେ ସେ କର୍ତ୍ତବ୍ୟ ସାରି
ଜାଣି ପାରନ୍ତିନି ବାଲ୍ୟବିବାହଟା
କେତେ ଯେ ଅନିଷ୍ଟକାରୀ ॥

ଖୋଲା ଆକାଶରେ ବୁଲିବା ଶିଶୁକୁ
ଦିଅନ୍ତି ଶିକୁଳି ବାନ୍ଧି
ସମ୍ପର୍କର ଅର୍ଥ ଜାଣିବା ପୂର୍ବରୁ
ଦିଅନ୍ତି ବନ୍ଧନେ ଛନ୍ଦି ॥

ବାଲ୍ୟ ବିବାହଟା ଆମ ଦେଶ ପାଇଁ
ଗୋଟିଏ ଅସାଧ୍ୟ ରୋଗ
ତେଣୁ ଶିକ୍ଷା ଏବଂ ସଚେତନତାର
ରହିଅଛି ଆବଶ୍ୟକ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...