ବର୍ଷା ଛିଟା

ବର୍ଷା ଛିଟା

ଝରା ଶ୍ରାବଣର ବର୍ଷା ଠାରୁ ବେଶୀ ମିଠା ଏଇ ଝିପିଝିପି ବର୍ଷାର ଛିଟା । କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା । ମିଳନ ଠାରୁ ବେଶୀ ସୁନ୍ଦରତା ତମ ମୋ ଭିତରର ଦୂରତା । ପ୍ରେମ ଠାରୁ ଢେର ମଧୁରତା ତମ ସହ ନିବିଡ଼ ବନ୍ଧୁତା । ଫୁଲ ଠାରୁ ବେଶ୍ ମନ ଲୋଭା ତମ ମୁଖ ମଣ୍ତଳର ଶୋଭା । ସେଥିପାଇଁ ତ କହେ ତମ ରୂପ…

ଅଧିକ ପଢ଼ନ୍ତୁ
ଶବ୍ଦସ୍ବତ୍ବ

ଶବ୍ଦସ୍ୱତ୍ୱ

ଶବ୍ଦ ଉପରେ ମାଲିକାନା କେବେ ବି କାହାର ଥାଏନା ଶବ୍ଦ ଆମର କି ତାଂକର ଏ ଚିଂତା ଅଟେ ଅବାଂତର ଯେ କହେ, ଶବ୍ଦ ହୁଏ ତାର ଶବ୍ଦ ଉପରେ ଅଧିକାର ସର୍ବଦା ରହେ ସଭିଂକର କରିବା ଏ ସତ୍ୟ ସ୍ୱୀକାର ପବନ ସୂର୍ଯାଲୋକ ପରି ଶବ୍ଦ ବି ପାରୁଛି ସଂଚରି ଏ ଗତି ରୋଧିବାକୁ ଚେଷ୍ଟା ନ ଦିଏ କାହାକୁ ପ୍ରତିଷ୍ଠା ଶବ୍ଦର ମୁକ୍ତ ବିନିମୟ ଯୋଗୁଁ ହୁଏନା ଭାଷା କ୍ଷୟ ତେଣୁ ନ ହୋଇ…

ଅଧିକ ପଢ଼ନ୍ତୁ
ମାନିନୀ ପ୍ରିୟତମା

ମାନିନୀ ପ୍ରିୟତମା

ମାନୁଛି ପ୍ରିୟା ମୁଁ ଭୁଲ କରିଛି, କିନ୍ତୁ ସତ ଏହା କି ତୁମକୁ ମୁଁ ବହୁତ ଭଲ ବି ପାଉଛି । ମୁଁ ଦୋଷୀ ତୁମର, ହତ୍ୟାକାରୀ ତୁମ ଅସରନ୍ତି ସ୍ୱପ୍ନର, ତଥାପି ସଦା ସର୍ବଦା ମୁଁ ଆଶାୟୀ ତୁମ ନିଃସ୍ଵାର୍ଥ ପ୍ରେମର । ପ୍ରିୟା ମୋର ଆଜି ମୋ ପଇଁ ଅବହେଳିତ, ଏଥି ପାଇଁ ମୁଁ ବହୁତ ମର୍ମାହତ । ବୈବାହିକ ଜୀବନ ରେ ସଦା ସର୍ବଦା ଚାଲିଥାଏ ସୁଖ ଦୁଃଖର ଛାଇ ଖେଳ, ଆଉ…

ଅଧିକ ପଢ଼ନ୍ତୁ
ନାଟକର ଶେଷ ଦୃଶ୍ୟ

ନାଟକର ଶେଷ ଦୃଶ୍ୟ

ଅଢ଼େଇ ଅକ୍ଷରେ ସମ୍ପୂର୍ଣ୍ଣ ଏ ନାଟକର ଶୀର୍ଷକ ପଞ୍ଚଇନ୍ଦ୍ରିୟରେ ସପ୍ତଗୁଣ ଖୋଜେ ଏ ନାୟକ ସାତଗ୍ରହ ଚରିତ୍ରର ସ୍ରଷ୍ଟା ନିର୍ଦ୍ଦେଶକ ତୁମେ ତୁମେ ହିଁ ରଙ୍ଗମଞ୍ଚର ଲେଖକ, ପାଳକ ଓ ଦର୍ଶକ । ପ୍ରଥମ ଦୃଶ୍ୟ ଦିଏ ମୋହ, ମାୟା, ବୈରାଗର ପରିଚୟ ଦ୍ୱିତୀୟ ଦୃଶ୍ୟରେ ଥାଏ ଆଚାର ବିଚାରର ସମନ୍ୱୟ ନାୟକର ଉର୍ଦ୍ଧ୍ବଗାମୀ ମୋହ ଯେବେ ଅତିକ୍ରମ କରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କିଏ ବା କଳ୍ପନା କରିବ, କ’ଣ ହବ ନାଟକର ଶେଷ ଦୃଶ୍ୟ ।…

ଅଧିକ ପଢ଼ନ୍ତୁ
ଚେତନା ଓ ଜଡ଼

ଚେତନା ଓ ଜଡ଼

ଚେତନ ସ୍ବଭାବ ଶରୀର ସ୍ବଭାବ ଅଟଇ ତ ଭିନ୍ନ ଭିନ୍ନ । ଚେତନତା ସହ ଏଇ ଶରୀରର ହୋଇ ନ ପାରେ ମିଳନ । ଚେତନା ସହିତ ଜଡ଼ ମିଶେଇବା କୈଣସି ଉପାୟ ନାହିଁ । ଦୃଶ୍ୟ ଆଉ ଦ୍ରଷ୍ଟା ଭିନ୍ନ ଭିନ୍ନ ହୋଇ ସର୍ବଦା ହିଁ ଥିବେ ରହି । ଚେତନ ତତ୍ତ୍ୱକୁ ଜଡ଼ ସହ ଯୋଡ଼ିଲେ କି ସେ ହୋଇବ ଜଡ଼ । ଚେତନକୁ ପରମାତ୍ମା ଠାରୁ ଭିନ୍ନ କଲେ କି ସେ ହେବ…

ଅଧିକ ପଢ଼ନ୍ତୁ