You are currently viewing ପ୍ରଶ୍ନବାଚୀ
Odia Poem Prasnabachi

ପ୍ରଶ୍ନବାଚୀ

କେତେ ଦିନ ଆଉ ମିଥ୍ୟାରେ ବଞ୍ଚିବ କରୁଥିବ ଅତ୍ୟାଚାର ।
ଜନତାଙ୍କୁ ତୁମ ପ୍ରତାରଣା କରି ଭାଙ୍ଗିବ ସୁନା ସଂସାର ॥

ପଦ ପାଇଁ ଏଠି ଲଢ଼େଇ ଚାଲିଛି ଭୋଟରଙ୍କୁ ଫୁସୁଲାଇ ।
ରାମ ରାଇଜଟେ ତୋଳି ଦେବୁ କହି ଧୋକା ଦିଅ ତୁମ୍ଭେ କାହିଁ ॥

କାର୍ଯ୍ୟବେଳେ ଭଜ ମାଆ ଓ ମାଉସୀ ପ୍ରିୟର ଭାଇ, ଭଉଣୀ ।
ସଫଳତା ପରେ ସେ ମାନସମ୍ମାନ ଦେଖାଏ ମାଡ଼ କହୁଣୀ ॥

ତେଲେଇ ତେଲେଇ ଲାଞ୍ଚ ଖାଅ ତୁମ୍ଭେ ଦଶପଦକରେ ଥରେ ।
ତେଲିଆ ମୁଣ୍ଡରେ ତେଲ ଢାଳିଥାଅ ଯେବେ, ଦୁଃଖୀ ମୁଖରେ ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶ୍ରିତ ମହାପାତ୍ର ଜଣେ ଓଡ଼ିଆ କଥାକାର ତଥା କବି । ଶୁଭପଲ୍ଲବରେ ତାଙ୍କ ରଚିତ ଅନେକ କବିତା ପ୍ରକଶ ପାଇଛି ।