
ଟୋପାଏ ସିନ୍ଦୂର
କୁଆଁରୀ ଜୀବନେ ଆଣିଦିଏ ପରିବର୍ତ୍ତନ ବିବାହ ବନ୍ଧନେ ସିନ୍ଦୂର ହୁଏ ତା’ ଜୀବନ । ଟୋପାଏ ସିନ୍ଦୂର ମୂଲ୍ୟ ନାରୀ ପାଇଁ ଅମୂଲ୍ୟ ଜୀବନେ ଭରିଦେ ହସ ଖୁସି ବୈକୁଣ୍ଠ ତୁଲ୍ୟ । ଦୁଇ ହାତ ମନ ଦୁଇ ପ୍ରାଣ ଏକାଠି କରେ ଅଚିହ୍ନା ଚିହ୍ନା କରି ଗଢ଼େ ସୁନ୍ଦର ସଂସାର । ସୌଭାଗ୍ୟବତୀ ଚିହ୍ନ ଅଟଇ ରକ୍ତିମ ଚୂର୍ଣ୍ଣ ବନ୍ଧନେ ବାନ୍ଧି ରଖେ ଶାନ୍ତ କୋମଳ ତା’ ମନ । ସେତ ସୀମାନ୍ତରେ ଶୋଭାପାଏ ସୁହାଗିନୀର…