Ea Ki Prema

ଇଏ କି ପ୍ରେମ

ଚକୋଲେଟ୍ ତତେ ଦେବିନାହିଁ ପ୍ରିୟା ମନାକରିଛି ମୋ ବୋଉ ଚକୋଲେଟ୍ ତତେ ଦେଇଦେଲେ କାଳେ ତୁ ଦେଖାଇବୁ ମୋତେ ଭାଉ ମାନିଲି ନାହିଁ ମୁଁ ବୋଉର କଥା ତୋ ପ୍ରେମରେ ଗଲି ଭାସି ଜାଣି ମୁଁ ନଥିଲି ଅଧା ବାଟରେ ତୁ ଦେଇଦେବୁ ମୋତେ ଫାଶୀ । ଗୋଲାପ ଦିବସ ମୋ ସାଥେ ପାଳିଲୁ ପ୍ରେମ ନିବେଦନ ମୋତେ ବି କରିଲୁ ହେଲେ କହିକି ପାରିବୁ ମୋତେ ମୋ ସହ କାହିଁକି ଛଳନା କରିଲୁ କେଉଁ ଦୋଷେ କହ…

ଅଧିକ ପଢ଼ନ୍ତୁ
Prema

ପ୍ରେମ

ସକାଳ ସୁରୁଜେ ଦେଖିଛି ପ୍ରେମକୁ ଦେଖିଛି ମୁଁ ନଦୀ କୂଳେ, କେଡ଼େ ପବିତ୍ର ଯେ ରୂପଟି ତାହାର ହଜି ନାହିଁ କାଳ ବଳେ । ଦେଖିଛି ପ୍ରେମକୁ ସାଗର ବୁକୁରେ ଦେଖିଛି ମୁଁ ଆକାଶରେ, ବସନ୍ତ ଋତୁର ସେ ଛୁଆଁରେ ଦିନେ ରହିଥିଲା ହୃଦୟରେ । ଆସିଥିଲା ପ୍ରେମ ଧାନ କିଆରିରୁ କାଦୁଅ ପଙ୍କର ବିଲେ, କହିଦେଇ ଗଲା ଆସି କେତେକଥା ଆଜି ତାକୁ ଖୋଜିବୁଲେ । ଦେଖିଥିଲି ତାକୁ ସେ ଜହ୍ନ ରାତିରେ ଶାନ୍ତ ଜୋତ୍ସ୍ନାର କିରଣରେ, ସେହିଥିଲା ଦିନେ…

ଅଧିକ ପଢ଼ନ୍ତୁ
Topae Sindura

ଟୋପାଏ ସିନ୍ଦୂର

କୁଆଁରୀ ଜୀବନେ ଆଣିଦିଏ ପରିବର୍ତ୍ତନ ବିବାହ ବନ୍ଧନେ ସିନ୍ଦୂର ହୁଏ ତା’ ଜୀବନ । ଟୋପାଏ ସିନ୍ଦୂର ମୂଲ୍ୟ ନାରୀ ପାଇଁ ଅମୂଲ୍ୟ ଜୀବନେ ଭରିଦେ ହସ ଖୁସି ବୈକୁଣ୍ଠ ତୁଲ୍ୟ । ଦୁଇ ହାତ ମନ ଦୁଇ ପ୍ରାଣ ଏକାଠି କରେ ଅଚିହ୍ନା ଚିହ୍ନା କରି ଗଢ଼େ ସୁନ୍ଦର ସଂସାର । ସୌଭାଗ୍ୟବତୀ ଚିହ୍ନ ଅଟଇ ରକ୍ତିମ ଚୂର୍ଣ୍ଣ ବନ୍ଧନେ ବାନ୍ଧି ରଖେ ଶାନ୍ତ କୋମଳ ତା’ ମନ । ସେତ ସୀମାନ୍ତରେ ଶୋଭାପାଏ ସୁହାଗିନୀର ସ୍ଵର୍ଣ୍ଣିମ ଅଧ୍ୟାୟ ଚିରନ୍ତନ ପ୍ରେମ…

ଅଧିକ ପଢ଼ନ୍ତୁ
Deuchhi Ehi Katha

ଦେଉଛି ଏହି କଥା

ଭଲ ପାଉଛି ତୁମକୁ ମୁହିଁ ଜୀବନଠାରୁ ବେଶୀ ତୁମେ କହିଲେ ଜୀବନ ଦେବି ସଜନୀ ହସି ହସି ତୁମକୁ ପାଇ ଧନ୍ୟ ମୁଁ ହେଲି ପ୍ରେମ ଗୀତିକା ଗାଇ ମୁଁ ହେଲି ତୁମ ଶ୍ୟାମଘନ, ତମେ ହେଲ ମୋ ରାଇ ଭ୍ରମର ଯେହ୍ନେ ଫୁଲ ପାଖରେ ହୁଅଇ ଗୁଣୁ ମୁଁ ସେମିତି ଧାଇଁ ଯାଏ ଗୋ ତୁମ ଡାକ ଶୁଣୁ ଶୁଣୁ ଜହ୍ନ ଯେମିତି କଇଁକୁ ଦେଖେ, ତୁମକୁ ଦେଖେ ମୁହିଁ ଜଳ ବିହୁନେ ମାଛ ପରିକା…

ଅଧିକ ପଢ଼ନ୍ତୁ
Chakshu Bandhani

ଚକ୍ଷୁ ବନ୍ଧନୀ

ଏତେ ସବୁ କୁହୁକ କେମିତି ହୁଏ, ତୁମେ ସାଥିରେ ଥିଲେ ସତରେ ସାରା ସଂସାର, ଅଲଗା ଅଲଗା ଲାଗେ ଥୁଣ୍ଟା ଗଛରେ ବି, ଜମୁନାର କଦମ୍ବ ମହକ ଆସେ । ତୁମ ମିଠା ମିଠା ସୁଗନ୍ଧରେ ପବନ, ଚହକି ମହକି ଯାଏ, ଅମା ଅନ୍ଧାର ରାତିରେ ବି, ଚାନ୍ଦିନୀର ମିଠା ପ୍ରହେଳିକା, ଜୋଛନାର ଚାଦରରେ ଢାଙ୍କିଦିଏ ବନ ଉପବନେ ମୂରଲୀର ଝଙ୍କାର ଶୁଭିଯାଏ, ମିଳନର କେଉଁ ଏକ ରାଗ, ସତେ ଅବା କିଏ ଗାଇଯାଏ । ଘୋର ବୈଶାଖରେ, ମଳୟ…

ଅଧିକ ପଢ଼ନ୍ତୁ