Odia Poem Kebala Saswata (କେବଳ ଶାଶ୍ୱତ) by Sabita Satapathy

କେବଳ ଶାଶ୍ୱତ

ଜୀବନ ଜିଜୀବିଷା ଖୋଜୁଥାଏ ଅହର୍ନିଶ ଭଲ ପାଇବାର ଦରୋଟି ଭାଷା ପ୍ରେମରେ ପୂର୍ଣ୍ଣତା ହିଁ ଜାଗ୍ରତ କରେ ବିଶ୍ୱାସ ଓ ଆସ୍ଥା ନୂତନ ସମ୍ଭାବନାର ଆଶା । ବାସନା ଭରା ପ୍ରେମ ଅବା ଲୋଲୁପତାର ଆୟୁଷ ବା କେତେ? ଅପଲକେ ଧରାଶାୟୀ ହୁଏ ଧୂମକେତୁ ପରି, ଅକ୍ଷମ ଆବେଗମାନେ ଛଟପଟ ହୁଅନ୍ତି ବାସି ବିଛଣାରେ… ପ୍ରତାରଣାର ଆଘାତରେ ବ୍ୟାପ୍ତ ହୁଏ ଆକାଶ ଉନ୍ମୁଖି ପ୍ରଲମ୍ବିତ ତିମିରତା । ଫଗୁଣର ସ୍ୱପ୍ନ ସବୁ ଉର୍ବଶୀର ଗାଁରେ ପାଲଟି ଯାଆନ୍ତି ଲୁହର ଚିରସ୍ରୋତା…

ଅଧିକ ପଢ଼ନ୍ତୁ
Odia Poem Tote Bhala Paichhi (ତୋତେ ଭଲ ପାଇଛି) by Manas Ranjan Dash

ତୋତେ ଭଲ ପାଇଛି

ଲେଖିଥିଲି ଅନେକ ଚିଠି ଦେଇ ପାରି ନାହିଁ ଓଠ ଯାଏ ଆସିଥିଲା ନାଆଁ କହି ପାରି ନାହିଁ ଛାତି ତଳେ କେଉଁଠି ଲୁହର ନଈଟେ ଏ ଯାଏଁ ସାଇତା ବହି ପାରି ନାହିଁ ତୋ’ ପାପୁଲିର ଅତି ପାଖକୁ ଯାଇଛି ପାପୁଲି ଛୁଇଁ ପାରି ନାହିଁ ଦାଗ ପ୍ରତାରଣାର ଖୁବ୍ ପକ୍କା ଥିଲା ବୋଧେ କେତେ ଶ୍ରାବଣ ଆସିଲା, ଗଲା ଧୋଇ ପାରି ନାହିଁ ତତେ ଭଲ ପାଇବା ପରେ ବି ମୁଁ ଆହୁରି ଭଲ ପାଇଛି…

ଅଧିକ ପଢ଼ନ୍ତୁ
Odia Poem Palash (ପଳାଶ) Mamata Sahu

ପଳାଶ

ନ ଥିଲେ ନ ଥାଉ ବାସ ଲୋ ପଳାଶ ଅପୂର୍ବ ତୋ’ ଲାସ୍ୟରତା ରଙ୍ଗ ଫଗୁଣରେ ଆବାହନି ତୋ’ର କଳ୍ପନାର ତୁ କବିତା ॥ ସର୍ବାଙ୍ଗ ସୁଷମା ରୂପ ତିଲୋତ୍ତମା ବୋଲି ଅଛି ତୋ’ର ଅଙ୍ଗେ ନ ଗୁଞ୍ଜେ ଭଅଁର ସଦ୍ୟ ପୁଷ୍ପ ଗୁଚ୍ଛେ ନାହିଁ ବୋଲି ବାସ ସଙ୍ଗେ ॥ ଅନ୍ତ ସୌନ୍ଦର୍ଯ୍ୟର ଐଶ୍ଵର୍ଯ୍ୟ ସମ୍ଭାର ଆକର୍ଷଣେ ପରିପୂର୍ଣ୍ଣା କୋଟି ଜନମନ ହରି ନେଉ ତୁହି ଭୁଖଣ୍ଡରେ ବହୁ ବର୍ଣ୍ଣା ॥ ଧରା ଉଦ୍ୟାନରେ ମାଖି…

ଅଧିକ ପଢ଼ନ୍ତୁ
Odia Poem Basantara Amantrana (ବସନ୍ତର ଆମନ୍ତ୍ରଣ) by Anasuya Panda

ବସନ୍ତର ଆମନ୍ତ୍ରଣ

କୋଇଲିର କୁହୁତାନରେ ବସନ୍ତର ଆମନ୍ତ୍ରଣ ନବପଲ୍ଲବିତ ତରୁ ଡାଳେ ପ୍ରଣୟର ପ୍ରୀତି ପତ୍ର ଫୁଲର ରଙ୍ଗରେ ଅଭୀକ ସମ୍ମୋହନ ବସନ୍ତର ମଳୟରେ ଭାସି ଆସେ ଅଭିସାର ପ୍ରେମର ଲଗନ ଭିଜିବାକୁ ମନ କୁହେ କଳ୍ପନାରେ ଲମ୍ବିଥିବା ଅକୁହା ଜୀବନ । ଭାସି ଆସେ ମନର ଦେହଳୀ ଡେଇଁ ଅସଂଯତ ଅନେକ ସପନ ସମସ୍ତଙ୍କ ଅଲକ୍ଷରେ ମନ ହଜିଯାଏ ଲାଜେଇ ଲାଜେଇ ହାତେଇ ନିଏ ଆବେଗସ୍ନାତ ଚଉଠେ ଜୀବନ ଅଧପାଏ ଖୁସିର ଫଗୁଣ । ଝରା ବଉଳର ଶେଯରେ ବାଇଚଢ଼େଇର ଗୁଞ୍ଜରଣ…

ଅଧିକ ପଢ଼ନ୍ତୁ
Odia Poem Palsha (ପଳାଶ) by Sarmistha Malla

ପଳାଶ

ସେ ଅସ୍ପୃଶ୍ୟ, ଅଲୋଡ଼ା ତଥାପି ଫୁଟେ ପ୍ରତି ଫଗୁଣରେ ଜୀବନରେ ଟିକିଏ ରଙ୍ଗ ମାଖିବାକୁ । ଜାଣେ ସେ ଅଲୋଡ଼ା, ଅସ୍ପୃଶ୍ୟ, କିନ୍ତୁ ସେ ଫୁଟେ ନିଜସ୍ୱ ଭଙ୍ଗୀରେ, ନିଜସ୍ୱ ଠାଣୀରେ, ଖୁବ ଉଲ୍ଲାସରେ ମାଦକତା ଭରି ଉଛ୍ୱାସରେ, ସ୍ରଷ୍ଟାଙ୍କ ଇଙ୍ଗିତରେ, ଭରି ଦେବା ପାଇଁ ରଙ୍ଗ ତାଙ୍କରି ସୃଷ୍ଟିରେ । ଜୀବନ ଓ ଯୌବନର ପରିସୀମାର ଉର୍ଦ୍ଧ୍ୱରେ, ଚିନ୍ମୟ ସତ୍ତାର ପରିପ୍ରକାଶ ପାଇଁ ଚେତନା ଓ ଚିନ୍ତନ ସବୁଠି ଭରି ଦେବା ପାଇଁ ଚିନ୍ମୟତ୍ୱର ରଙ୍ଗ ଟିକକ… ସେହି…

ଅଧିକ ପଢ଼ନ୍ତୁ