uthija-ma-to-pua-dakuchhi

ଉଠି ଯା ‘ମାଆ, ତୋ’ ପୁଅ ଡାକୁଛି

ଏଇ ଜାଗା କାହିଁ ଲାଗେ ଅଜଣା, ଚାରିପାଖେ ଖାଲି ଲୋକ ଅଚିହ୍ନା, ସମସ୍ତେ ମତେ ଚାହିଁ ରହିଛନ୍ତି ଭାରି ଡର ଲାଗୁଛି… ଉଠି ଯା’ ମାଆ, ତୋ’ ପୁଅ ଡାକୁଛି ॥ ପଣତରେ ତୋ’ର ଏ ସାରା ସଂସାର, ଜାଣି ନାହିଁ ମୁଁ କିଏ ମୋ ନିଜର, କିଏ ଆମ ପାଖକୁ ଆସୁଛି ପୁଣି କିଏ ଦୂରେ ଠିଆ ଅଛି ଭାରି ଡର ଲାଗୁଛି… ଉଠି ଯା’ ମାଆ, ତୋ’ ପୁଅ ଡାକୁଛି ॥ ଶୁଭୁନାହିଁ କାହିଁ ତୋର ସ୍ୱର,…

ଅଧିକ ପଢ଼ନ୍ତୁ
ma

ମା’

ସୃଷ୍ଟିର ସେ ଯେ କମନୀୟ ରୂପ ହାସ୍ୟମୟୀ, ଲାସ୍ୟମୟୀ ଦେବୀର ସ୍ୱରୂପ । ଅଶାନ୍ତିର ହୃଦେ ଦିଏ ଶାନ୍ତିର ପ୍ରଲେପ, କୋଟି ଅନ୍ଧାକାରେ ତୁହି ଗୋଟିଏ ପ୍ରଦୀପ । ତୋ’ ଅନ୍ତରରୁ ଝରେ ପ୍ରୀତି-ପୀୟୁଷର ଧାରା, ଅବାରିତ ମନ ତତେ ଖୋଜେ ନିତି ପରା । ସନ୍ତାନର ଅଟୁ ତୁହି ଏତେ ଆପଣାର, ପ୍ରବାସରେ ମନ ଝୁରେ ତୋହରି ଆଦର । ଏ ଜଗତେ ଲୋଡ଼ା ଖାଲି ତୋ’ର ସ୍ନେହ ପ୍ରୀତି, ତା’ଠାରୁ ବଡ଼ ତ ନାହିଁ ଅମୂଲ୍ୟ ସମ୍ପତ୍ତି । ସ୍ନେହ ମମତାରେ…

ଅଧିକ ପଢ଼ନ୍ତୁ
asahaya

ଅସହାୟ

ଅସହାୟ ଥୁଣ୍ଟା ବରଗଛ କାହିଁ କେଉଁ କାଳରୁ ଛିଡ଼ା ହୋଇଛି, ଆପତ୍ତି ନାହିଁ ସାମ୍ନା କରୁଛି ଖରା, ବର୍ଷା ଆଉ ଶୀତର ପ୍ରକୋପ । ଖୁସି ଅଛି… କାହିଁକି ନା ପକ୍ଷୀ କେତୋଟି ବସା ବାନ୍ଧିଛନ୍ତି, ଅଣ୍ଡା ଦିଅନ୍ତି, ତାର ନିର୍ଜନତାର ସମୟରେ କିଚିରି ମିଚିରି ଶବ୍ଦ କରି କେତେ କଥା ଗପନ୍ତି ସବୁ କିଛି ଠିକ ଥିଲା ହଠାତ କାହୁଁ ଯନ୍ତ୍ର ଚାଳିତ କଟର୍ ଆସି ଶରୀର ତା’ର ଖିନ୍ ଭିନ୍ କଲା । ଲୋକମାନେ ଅଭିଯୋଗ କରିଥିଲେ…

ଅଧିକ ପଢ଼ନ୍ତୁ
kalara-karale

କାଳର କରାଳେ

ନିସହାୟ ଅସହାୟ ଶୁଷ୍କ ପତ୍ରଟିଏ ବହିଯାଉଅଛି ଆଜି କାଳ ବକ୍ଷରେ, ସମୟର ସୁଅମୋତେ ନେଇଯାଏ ଅତୀତ ସ୍ମୃତିକୁ ରୋମନ୍ଥନ କରେ । କି ଥିଲା ସେ ସ୍ୱପ୍ନ ଶିଶୁ ବେଳର ଅଦିନିଆ କାଳ କଲା ସବୁ ପରର, ମୁକ୍ତା ରଜନୀ ଛଡ଼େଇ ମୋହର କଣ୍ଟା ଦିବସେ ଭରି ଦେଲା ନୀର । ସମୟ ସ୍ରୋତେ ମୁଁ ଚାଲିଛି ବହି ତୀବ୍ରତାର ସୁଅ ନଉଛି ଉଠେଇ କାଳକୁଳକୁ ମୁଁ ଖୋଜି ପାଉନାହିଁ ବର୍ତ୍ତିବି କେମିତି ଟିକେଦିଅ ବତାଇ? ସମୟର ଚକ୍ରବ୍ୟୁହେ ଫସିଗଲି…

ଅଧିକ ପଢ଼ନ୍ତୁ
aparahna

ଅପରାହ୍ନ

ଏକ ଅଳସ ଅପରାହ୍ନରେ ଯେବେ ଏ ସହର ଘୁମେଇ ପଡ଼ିଥାଏ କ୍ଲାନ୍ତ ହେଇ “ତମେ” ଆସ ଅନେକ ଯନ୍ତ୍ରଣା ଧରି ବାରମ୍ବାର ଆହ୍ୱାନ ଦିଅ ମତେ ଚାଲିବାକୁ ଶୂନଶାନ୍ ରାଜରାସ୍ତାରେ କି ଅବୁଝା ତମେ କେଜାଣି ସନ୍ଧ୍ୟାର ସୁଶିତଳ ପବନରେ ପୁଲକିତ ହେବାକୁ କଷ୍ଟ ଲାଗେ ସକାଳର ସ୍ନିଗ୍ଧ ରେଣୁରେ ଅଳସ ଭାଙ୍ଗିବାକୁ ଲାଜ ଲାଗେ ରାତ୍ରିର ନିଛାଟିଆ ଜହ୍ନରେ ଲୁଚକାଳି ଖେଳିବାକୁ ଭୟ ଲାଗେ କିନ୍ତୁ ଏ ନୀରବ ନିସ୍ତବ୍ଧ ଅପରାହ୍ନରେ ପୁରୁଣା ସ୍ମୃତିକୁ ଅଙ୍ଗାର…

ଅଧିକ ପଢ଼ନ୍ତୁ