You are currently viewing ଅସହାୟ
ଅସହାୟ

ଅସହାୟ

ଅସହାୟ ଥୁଣ୍ଟା ବରଗଛ
କାହିଁ କେଉଁ କାଳରୁ
ଛିଡ଼ା ହୋଇଛି,
ଆପତ୍ତି ନାହିଁ ସାମ୍ନା କରୁଛି
ଖରା, ବର୍ଷା ଆଉ
ଶୀତର ପ୍ରକୋପ ।

ଖୁସି ଅଛି… କାହିଁକି ନା
ପକ୍ଷୀ କେତୋଟି ବସା ବାନ୍ଧିଛନ୍ତି,
ଅଣ୍ଡା ଦିଅନ୍ତି,
ତାର ନିର୍ଜନତାର ସମୟରେ
କିଚିରି ମିଚିରି ଶବ୍ଦ କରି
କେତେ କଥା ଗପନ୍ତି
ସବୁ କିଛି ଠିକ ଥିଲା
ହଠାତ କାହୁଁ ଯନ୍ତ୍ର ଚାଳିତ
କଟର୍ ଆସି
ଶରୀର ତା’ର ଖିନ୍ ଭିନ୍ କଲା ।

ଲୋକମାନେ ଅଭିଯୋଗ କରିଥିଲେ
ରୋଡ୍ କରିବା ପାଇଁ ଇଂଜିନିୟର
କାଳେ ଗଛ କାଟି ଦେଇଥିଲେ ।

ସବୁ କିଛି ଶୂନ୍‌ଶାନ
ଶବ୍ଦ ନାହିଁ ନିର୍ଜନତା ଏଠି ।

ପକ୍ଷୀମାନଙ୍କର କାକଳି ଆଉ
କାଠିକୁଟାର ନୀଡ଼
ଦୃଶ୍ୟମାନ ହେଉ ନାହିଁ

ଦିନ କେଇଟାପରେ ପୁଣି କୋଳାହଳ
ରଙ୍ଗବେରଙ୍ଗ ଗାଡ଼ି ମଟର
ମାଡ଼ି ଚାଲନ୍ତି
ବରଗଛ ଆଉ
ପକ୍ଷୀମାନଙ୍କର ସ୍ୱପ୍ନ
ସବୁଦିନ ପାଇଁ ଅତୀତ କରିଦେଇ ।।

ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।