ଅବଲୋକି ତୋତେ…
ସୁରାରଙ୍ଗି ଓଠି କୋକିଳ କଣ୍ଠି ଗୋ ସରୋଜ ଉରଜି ବାଳା ମଦନ ଶରେ ଯା’ ପରାହତ ତୋର ଏ ଛାର କିଙ୍କର ବେଳା, ଘନ ଜଘନି ହେ ସୁଡୋଳ ନିତମ୍ବି ଆଜ କି ! ବିଚିତ୍ର ଶୋଷ ଦେଖି ଉଡ଼େ ହୋସ- ଅବଶେ ବିବଶ ବକ୍ଷେ – ଲକ୍ଷି ମଧୁବାସ, ଢଳି-ଢାଳି-ତୋଳି ଅଙ୍କେ-ବାଙ୍କେ-ରଙ୍କେ ନ ଭାବ ଛାରେ କାମୁକ ଘନ-ଜଘନ-ସ୍ତନ-ଭାର-ଭରେ କଣ୍ଠେ ତୃଷ୍ଣା ଅହେତୁକ, ସୁମୁଖୀ ବିମୁଖ ହେଲେ କେ ହରିବ ବିରହୀ ବିରହ ଦୁଃଖ କେ ପଢ଼ିବ…

