maa

ମାଆ

ମାଆ ଏକ ଉପମା ବିହୀନ ଶବ୍ଦ, ବଖାଣି ପାରିବିନି ମାଆର ମହତ୍ତ୍ୱ ଛନ୍ଦ ଅଳଙ୍କାର ଶବ୍ଦ ଚାତୁରତାରେ ॥ ଦେଇ ପାରିବିନି କାବ୍ୟିକ ରୂପ ମାଆର ତ୍ୟାଗ ବାତ୍ସଲ୍ୟ ମମତାକୁ ଲେଖନୀ ମୁନରେ ॥ ମାଆକୁ ନେଇ କବିତା ! ନା ମୋ ପକ୍ଷରେ ସମ୍ଭବ ନୁହଁ । ମାଆର ସର୍ତ୍ତବିହୀନ ପ୍ରେମ ଆଗରେ ମୂଲ୍ୟହୀନ ମୋ ଲେଖନୀ ॥ କାଲି ଯିଏ ମାଆ ଶବ୍ଦ ସହ ଦି ଅକ୍ଷରୀର ଯୋଗ କରି ମହନତାର ପରିଚୟ ଦେଉଥିଲା…

ଅଧିକ ପଢ଼ନ୍ତୁ
maa-tume

ମାଆ ତୁମେ

ମାଆ ତୁମେ ମମତାର ଅସୀମ ପ୍ରେମର ସିନ୍ଧୁ, ତୁମେ ଗନ୍ତାଘର ପବିତ୍ର ସ୍ନେହର ଅସଂଖ୍ୟ ବିନ୍ଦୁ । ମାଆ ତୁମେ ବେଦନାକୁ ଜିତ ପ୍ରସବର କାଳେ, ଭୁଲି ଯାଅ ତତ୍ କ୍ଷଣାତ ଶିଶୁ ପାଇ କୋଳେ । ମାଆ ତୁମେ କ୍ଷୁଧାର ଦେବୀ ଏଡ଼ାଅ ଭୋକରୁ, ଥନରୁ ଅମୃତ ଦେଉ ଶିଶୁ ମୁଖେ ନିଜ ଶରୀରରୁ । ମାଆ ତୁମେ ସହନ ଶ୍ରେଷ୍ଠା ବୈଧବ ଯାତନା, ଭାଙ୍ଗି ପାରେନା ଦମ୍ଭ ତୁମ ତୁମେ ଦୃଢ଼ମନା । ମାଆ…

ଅଧିକ ପଢ଼ନ୍ତୁ
jibana-eka-pasha-khela

ଜୀବନ ଏକ ପଶା ଖେଳ

ଜୀବନ ଏକ ପଶା ଖେଳ ସମୟ ଚଲାଏ ଦାଉ ଭାଗ୍ୟ ପକାଏ ଗୋଟି ଆଉ ବନ୍ଧା ପଡ଼ିଯାଏ ବ୍ୟକ୍ତି । ପ୍ରତ୍ୟେକ ଦିନ ବିବସ୍ତ୍ର ହୁଏ ଏଇ ଜୀବନ ରୂପି କୁରୁ ସଭାରେ ହାରି ଯାଇ ଏ ସମାଜର ଅସାମାଜିକ ନୀତି ନିୟମ ଆଗରେ । ପ୍ରତ୍ୟେକ ଦିନ ଦେଖେ ତା’ ହାରିଯାଇଥିବା ଛବିଟିକୁ ହତାସ ଛିଡ଼ା ହୋଇ ଦର୍ପଣଟି ସାମ୍ନାରେ । ଜଣାନାହିଁ କେତେବେଳେ ବନ୍ଧା ପଡ଼ିଯିବ ନିଜ ଅସ୍ତିତ୍ୱ ଜଣାନାହିଁ କେତେବେଳେ ନିଲାମ ହୋଇଜିବ…

ଅଧିକ ପଢ଼ନ୍ତୁ
jibanaru-pade

ଜୀବନରୁ ପଦେ

କିଛି ପରିସ୍ଥିତି, କିଛି ପରିବେଶ, କିଛି ପ୍ରେମ, କିଛ ପ୍ରତାରଣାକୁ ପାଥେୟ କରି କିଛି ପାଦ ଚିହ୍ନର ପଛେ ପଛେ ପାଦ ଥାପି କିଛି ପରିଶ୍ରମର ପାଉଣାକୁ ହାତରେ ଭରି କିଛି ନ ପାଇ ଅନେକ କିଛି ପାଇବାର ପ୍ରତିଶ୍ରୃତି ଦେଇ ନିଜର ପ୍ରତିଛବିକୁ ନିଜ ମନେ ପ୍ରତିଷ୍ଠା କରି ନିଜକୁ ପ୍ରତି ମୁହୂର୍ତ୍ତରେ ଜିତିବାର ନାମ ଜୀବନ । କିଛି କୋହକୁ ଛାତିରେ ଧରି, କିଛି ଅନୁଭବକୁ ଅଙ୍ଗେ ଲିଭାଇ, କିଛି ଅସମ୍ଭବକୁ ସମ୍ଭବ କରିବାର…

ଅଧିକ ପଢ଼ନ୍ତୁ
nila-nayika

ନୀଳ ନାୟିକା

ନୀଳ ପାରାବାର କୂଳେ କୂଳେ, ନୀଳ ଶାଢ଼ୀ ପିନ୍ଧି କିଏ ସେ ଯାଉଛି, ନୀଳ ପଣତ ସେ ସ୍ୱର୍ଗୀୟ ସୁଷମା ଲଭିଛି; ନୀଳ ଅମ୍ବରେ… ନୀଳ ଚୁଡ଼ି ତା’ର ଖନ୍ ଖନ୍ ବାଜେ ନୀଳ ଢେଉର ତାଳେ ତାଳେ ନୀଳ ନୟନା ତା’ ହରିଣୀ ଚାହାଣି ନୀଳ ଅମୋଘ ବାଜେ ଏ ହୃଦୟରେ…। ନୀଳ ଜହ୍ନର ଜ୍ୟୋତ୍ସ୍ନାରେ… ନୀଳ କୁଣ୍ଡଳ ତା’ ଏତେ ଝଲସା, ନୀଳ ଶାମୁକାର ନୀଳ ବିନ୍ଦୁ ତହିଁ ଓଃ ! ପୁଣି ଏତେ…

ଅଧିକ ପଢ଼ନ୍ତୁ