ଦୁର୍ଗା
ଷ୍ଟେସନ ରାସ୍ତାରେ ତା’ର ବାର ବର୍ଷର ଝିଅକୁ ଧରି ଖାଲି ହାତ ବଢ଼ାଇ ଯିବା ଆସିବା କରୁଥିବା ଲୋକଙ୍କୁ ଭିକ ମାଗୁଥିଲା ଦୁର୍ଗା । କେହି କେହି ସହୃଦୟ ବ୍ୟକ୍ତିମାନେ ଦୟାକରି ଟଙ୍କା ବଢ଼ାଇ ଦେଉଥିବାବେଳେ କେହି କେହି ତାକୁ ଦୂର୍ ଦୂର୍ ମାର୍ ମାର୍ କରୁଥାନ୍ତି । ଯେଉଁମାନେ କିଛି ଦେଉନଥିଲେ କି ତାକୁ ଦୂରେଇ ଯା କହୁନଥିଲେ, ସେମାନେ କାହିଁକି ତା’ର ଛୋଟ ଝିଅକୁ ଭିନ୍ନ ଏକ ଦୃଷ୍ଟିରେ ଚାହିଁ ଚାଲିଯାଉଥିଲେ ସେ ବିଷୟରେ ସେ ଥିଲା…

