You are currently viewing ଜନ୍ମଭୂମିର କୋହ
ଜନ୍ମଭୂମିର କୋହ

ଜନ୍ମଭୂମିର କୋହ

ଭାରି ଦୁଃଖ ଲାଗେ
ଭାବିଦେଲେ ଥରେ
ଅନେକ ବର୍ଷର ସ୍ୱାଧୀନତା
ମୋ ଜନ୍ମଭୂମିରେ
କିଛି ତ ସ୍ଵାଧୀନ
ଆଉ କିଛି ପରାଧୀନ ।।

ଭାରତ ମାତାର ଆଖିରେ
ଅଭିମାନର ଲୁହ
ଏବେ ବି ମରୁଛି ତା’ ସନ୍ତାନ
ଭୋକ ଉପାସରେ
ମାଆର ମମତା ଝୁରୁଛି
କାନ୍ଦୁଛି ଦୁଃଖ ଆତୁରେ ।।

ସହିପାରୁନି ଜନନୀ
ଆକ୍ରମଣ ଆତଙ୍କୀର
ମା’ର ରକ୍ଷାପାଇଁ ସଦା
ଯେଉଁ ସନ୍ତାନ ତତ୍ପର
ହସି ହସି ମୃତ୍ୟୁ ଲଭେ
ଜନନୀ କୋଳରେ ।।

ଏବେ ବି ବ୍ୟାପି ଚାଲିଛି
ଜାତି ଧର୍ମ ଭେଦଭାବ
ଦଙ୍ଗା ହୋଇଯାଏ କେବେ
ଲୋଟେ କୁଢ଼ କୁଢ଼ ଶବ
ବୁଝି ପାରେନି ମଣିଷ
ଗଢ଼ା ସିଏ ଏକା ରକ୍ତରେ ।।

ବନ୍ୟା ବାତ୍ୟାର ବିଭୀଷିକା
ଥରେଇ ଦିଏ ଚାଷୀକୁ
ଫସଲ ଉଜୁଡା ଦେଖି
ନିରୁପାୟ ଅସହାୟ
ଆତ୍ମହତ୍ୟା କରେ ଶେଷେ
ପରାଜିତ ଆତ୍ମଗ୍ଲାନିରେ ।।

ଶିକ୍ଷାର ପ୍ରସାର ନାମରେ
ସବୁହୁଏ କାଗଜ ପତ୍ରରେ
ଯୋଜନା ପରେ ଯୋଜନା
ସଫଳତାରୁ ବିଫଳତା ବେଶୀ
ବାଟମାରଣା ହୁଏ ସବୁ
ବଡ଼ବଡ଼ିଆଙ୍କ ପକେଟ ଭରେ ।।

ସ୍ୱାସ୍ଥ୍ୟସେବା ଆଜିର ଦିନରେ
ହୋଇଛି ବିପର୍ଯ୍ୟସ୍ତ
ମିଳୁଛି ନକଲି ଔଷଧ
ଯାହା ଖାଇ ଦେଲାପରେ
ଆରୋଗ୍ୟ ହେବା ବଦଳେ
ରୋଗୀ ପଡ଼େ ମୃତ୍ୟୁମୁଖରେ ।।

ଜନନୀ ଜନ୍ମଭୂମି
ଆଜି ମନରେ କୋହ
ଦୁର୍ନୀତି ରାକ୍ଷସ
ସବୁଆଡ଼େ ମାଡ଼ି ଚାଲିଛି
ଜାଗ ହେ ଭାରତ ସନ୍ତାନ
କରିବା ଦୁର୍ନୀତିର ମୂଳୋତ୍ପାଟନ ।।

ପ୍ରେମାନନ୍ଦ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରେମାନନ୍ଦ ବେହେରା ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରସ୍ଥିତ କରୋଜ୍ ରୋଡ଼୍ ନିକଟଷ୍ଟ ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ କବିତା ଆଦି ରଚନା କରନ୍ତି ।