Jibana

ଜୀବନ

ଦେଖିନି ପାଖରୁ ଜୀବନକୁ କେବେ ଏକାନ୍ତରେ ବସି ଯେବେ ମୁଁ ଭାବେ – ହସିକି କାନ୍ଦେ, କାନ୍ଦିକି ହସେ ଜୀବନଟା ବୋଧେ ଏମିତି ଦିଶେ । ନଦୀ ବହିଯାଏ ସମୁଦ୍ର ଆଡ଼େ କେତେ ଅଙ୍କା ବଙ୍କା ପଥ ହାବୁଡ଼େ – ପଥର କାଟେ, ପାହାଡ଼ୁ ଖସେ ଜୀବନଟା ବୋଧେ ଏମିତି ଦିଶେ । କିଛି ଚିରସ୍ଥାୟୀ ନୁହେଁ ସଂସାରେ କେତେ ଝଡ଼ ଝଞ୍ଜା ଆସେ ରାସ୍ତାରେ – ମାଟିର ଦେହ, ମାଟିରେ ମିଶେ ଜୀବନଟା ବୋଧେ ଏମିତି ଦିଶେ । ସବୁ…

ଅଧିକ ପଢ଼ନ୍ତୁ
Tu- Odia Poem

ତୁ

ପହିଲି ବର୍ଷାରେ କାଦୁଆ ବିଲରେ ଧାନ ରୂଆଟିଏ ମୁଁ ମୋ କଅଁଳ କାଣ୍ଡକୁ ଶକ୍ତ କରୁଥିବା ଆଷାଢ଼ ଶ୍ରାବଣ ତୁ । ମନ ବହିଥାକ ଡାଏରୀର ସାଧା କାଗଜ ଫର୍ଦ୍ଦଟେ ମୁଁ ମୋ ଛାତିରେ ଗାରେଇ କବିତାଟେ ଲେଖି କବିର କଳ୍ପନା ତୁ । କୋଟିଏ ତାରାଙ୍କୁ ପାଖରେ ରଖିବି ଏକା ଆକାଶଟେ ମୁଁ ମୋ ଅନ୍ଧାର ହୃଦୟେ ଆଶା ଭରୁଥିବା ପୁନେଇଁ ଚାନ୍ଦଟା ତୁ । ବର୍ଷାକୁ ବାଟେଇ ଶୀତକୁ ବନ୍ଦେଇ ଶରତ ଋତୁଟେ ମୁଁ ମୋ ଦାଣ୍ଡ ଅଗଣାରେ…

ଅଧିକ ପଢ଼ନ୍ତୁ
Kichhi Sata Luchi Rahiba bhala

କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ ଆଖି କଣରେ ଅଶ୍ରୁ ଆଢ଼ୁଆଳରେ ହଉ କିମ୍ବା ଓଠ ତଳ ହସର ଓଢ଼ଣା ତଳେ କିଛି ସତ ଲୁଚି ରହିବା ଭଲ । କବିର ହୃତସ୍ପନ୍ଦନରେ ଯାହା ତା’ ଲେଖନୀ ମୁନରେ ଜୀବନ୍ତ ହବା ଅପେକ୍ଷାରେ ହଉ କିମ୍ବା ଶିଳ୍ପୀର ତୁଳି ଅଗରେ ଯାହା କାହାଣୀଟେ କହିବାର ଅପେକ୍ଷାରେ, ତା’ ଛବିର ପ୍ରତିବିମ୍ବରେ କିଛି ସତ ଲୁଚି ରହିବା ଭଲ । ଅମାବାସ୍ୟା ରାତିର ନୀରବ ଅନ୍ଧକାରରେ ଶ୍ୱାନ ଶ୍ୱାପଦଙ୍କ ବିକଟାଳ ରଡ଼ିରେ…

ଅଧିକ ପଢ଼ନ୍ତୁ
Naari - Odia Poem by Rashmibala Satpathy

ନାରୀ

ନାରୀ ତମେ କେବେ ଜାୟା କେବେ ଜନନୀ ଭଗିନୀ, ସ୍ନେହମୟୀ ଦୟାମୟୀ ତୁମେ ଅଟ ଶକ୍ତିମୟୀ । କନ୍ୟା ରୂପେ କେବେ ତୁମେ ବଢ଼ାଇଥାଅ ଗୃହର ଶୋଭା, ଶୈଶବ କାଳରେ ମାତୃ ରୂପେ ମମତାମୟୀ ରୂପେ ହୁଅ ଉଭା । ଜଗତ କଲ୍ୟାଣେ ବ୍ରତୀ ଦାନ କରିଥାଅ ପୀୟୂଷ, ପତ୍ନୀ ରୂପେ ତୁମ ନିଷ୍ଠା ବଳେ ବଢ଼ାଇ ସ୍ଵାମୀଙ୍କ ଆୟୁଷ । ଜୀବନ ଥିବାଯାଏ କରିଥାଅ ଶାଶୁଶଶୁରଙ୍କ ସେବା, ଦୁଇ କୁଳର ହିତ କରିଥାଏ ସଦା ତୁମେ ଅଟ ସୁପ୍ରଭା । ତୁମ…

ଅଧିକ ପଢ଼ନ୍ତୁ
Nisha Barjana - Sundara Jibana

ନିଶା ବର୍ଜନ-ସୁନ୍ଦର ଜୀବନ

ସୁସ୍ଥ ସାମାଜିକ ଜୀବନରେ ଆଜି ଆସେ ନାନା ବିପର୍ଯ୍ୟୟ, ନିଶାସେବନ ପ୍ରମୁଖ କାରଣ କରିବାକୁ ହେବ ଜୟ ।୧। ଛୋଟ ବଡ଼ ଯେତେ ମାଦକ ଦ୍ରବ୍ୟ ହିଁ କରଇ ନଷ୍ଟ ଜୀବନ, ସାମାଜିକ ଜୀବନକୁ କରେ ରୁଗ୍ଣ ହେବା ସର୍ବେ ସଚେତନ ।୨। କୁସଙ୍ଗରେ ପଡ଼ି କୁଅଭ୍ୟାସ ବଳେ କେ’ କରେ ନିଶା ସେବନ, କାହା ବଡ଼ ଲୋକୀ ଆଭିଜାତ୍ୟର ଅଟେ ଏହା ନିଦର୍ଶନ ।୩। ଶାରୀରିକ ଶ୍ରମ ଲାଘବ ନିମନ୍ତେ ଆଉ କେ’କରେ ସେବନ, ଯେଉଁ ଭାବେ ଯିଏ ହେଉନା…

ଅଧିକ ପଢ଼ନ୍ତୁ