ଭକ୍ତି ବନ୍ଦନା
କରୁଛି ଭକ୍ତି ବନ୍ଦନା ହେ କରୁଛି ଭକ୍ତି ବନ୍ଦନା କରଯୋଡ଼ି ତବ ପୟରେ ମଡ଼ୁଛି ଘେନ ମୋ ଏହି ପ୍ରାର୍ଥନା ହେ, କେଶବ ! କରୁଣା ଏତିକି ଥିବ । ଖଳ ପ୍ରକୃତି କି ତେଜି ହେ ଭକ୍ତି ଭାବ ମନେ ଚିନ୍ତି ଖଟିବି ନିତି ମୁଁ ଭକ୍ତି ଭାବ ଘେନି କରିବି ନାହିଁ ଅନିତି ହେ, ଅଖିଳ ! ଖିଆଳେ ନୋହିବି ଖଳ । ଗର୍ବରେ ଅନ୍ଧ ନୋହିବି ହେ କଟୁବାର୍ତ୍ତା ନ ବୋଳିବି ଗର୍ବକଳେ ପ୍ରଭୁ ଅନର୍ଥେ ପଡ଼ିବି ନରକ…

