
ତୁମେ
ତୁମେ ହିଁ ମୋର ଆଶା । ତୁମେ ହିଁ ମୋ କବିତାର ଭାଷା ॥ ତୁମେ ହିଁ ତ ମୋର ଜିଜ୍ଞାସା । ତୁମେ ହିଁ ମୋର ଅନୁସନ୍ଧିତ୍ସା ॥ ଦିନ ଥିଲା ତୁମେ ଥିଲ ମୋର ନିଃଶ୍ୱାସ । କେମିତି ଭାଙ୍ଗିଲ ମୋ ବିଶ୍ୱାସ ॥ ତୁମ ବିଚ୍ଛେଦରେ ଆଜି ମୁଁ ନିଶ୍ଵ । ଜୀବନ ଥାଇବି ଅଟକିଛି ଶ୍ୱାସ ॥ ତୁମ ହୀନମନ୍ୟତାର ଇଟା । କୁଚକ୍ରାନ୍ତର ବାଲି ॥ ଆଭିଯାତ୍ୟର ଗ୍ଲାନି ।…