You are currently viewing ତୁମେ ଆଉ ମୁଁ
Odia Pome Tume au Mun (ତୁମେ ଆଉ ମୁଁ) by Prashant Kumar Mohanty

ତୁମେ ଆଉ ମୁଁ

ତୁମେ ପୁରୁଣା ମଦିରା ନିଶା
ମୁଁ ନିଦାଘେ ଅସରା ବର୍ଷା…
ତୁମେ ପୂର୍ଣ୍ଣିମାର ଜହ୍ନ ରାତି
ମୁଁ ତୁମ କବିତାର ଶେଷ ପଂକ୍ତି…

ରାଜଧାନୀ ତୁମେ
ମୁଁ ଯେ ନିର୍ଜନ ସହର
ତୁମେ ରଡ଼ ନିଆଁ
ମୁଁ ବରଫ ଚାଦର…

ମୁଁ ଦଦରା ନଉକା
ତୁମେ ନଦୀ ଚିରସ୍ରୋତା
ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ
ମୋତେ ବର୍ଣ୍ଣାନ୍ଧତା…

ତୁମେ ତାଜମହଲ କାହା ସ୍ମୃତିର
ମୁଁ ବୃଦ୍ଧ ଶିଳ୍ପୀ ଭଗ୍ନ କୋଣାର୍କର
ତୁମେ ମତୁଆଲି କୃଷ୍ଣଚୂଡ଼ାର ହସ
ମୁଁ ଝରାଫୁଲ ବାସହୀନ ପଳାସ…

ମୁଁ ଯେ ଆଜନ୍ମ ଶୋଷିଲା
ତୁମେ ମରୁ ମୃଗତୃଷ୍ଣା
ମୁଁ କବର ତଳର ସ୍ମୃତି
ତୁମେ ଭିଜା ମାଟିର ବାସ୍ନା…

ପ୍ରଶାନ୍ତ କୁମାର ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।