You are currently viewing ପୁସ୍ତକ ସମ୍ବାଦ: ଅନୁଭବର ଇସ୍ତାହାର
Anubhabara Istahara by Anasuya Panda

ପୁସ୍ତକ ସମ୍ବାଦ: ଅନୁଭବର ଇସ୍ତାହାର

‘ଅନୁଭବର ଇସ୍ତାହାର’, କବୟତ୍ରୀ ଶ୍ରୀମତୀ ଅନସୂୟା ପଣ୍ଡାଙ୍କର ଦ୍ଵିତୀୟ କବିତା ସଂକଳନ ଯେଉଁଥିରେ ସ୍ଥାନ ପାଇଛି ତାଙ୍କ କଲମରୁ ୬୩ଟି କବିତା । ଏହିସବୁ କବିତା ଗୁଡ଼ିକ ପୂର୍ବରୁ ବିଭିନ୍ନ ପତ୍ର ପତ୍ରିକାରେ ତଥା ଖବର କାଗଜରେ ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇସାରିଛି । ବିଗତ କୋଡ଼ିଏ ବର୍ଷ ଧରି ତାଙ୍କ ଲେଖନୀରୁ ନିସୃତ ଅନୁଭବ ପୁଷ୍ପର ମାଳା ହୋଇଛି ଏହି ସଂକଳନଟି । ତାଙ୍କ ଚିନ୍ତା, ଚେତନା, ଚିନ୍ତନ, ମନନ, ଅବଗାହନ ଓ ଅନୁସନ୍ଧାନ ଭିତରୁ ନୂତନ କାବ୍ୟିକ ଧାରା ଜନ୍ମ ନେଇଥିବା ମନେ ହୁଏ । ସବୁ କବିତାଗୁଡିକରେ ଶବ୍ଦ ସଂଯୋଜନା ଅତ୍ୟନ୍ତ ଶକ୍ତିଶାଳୀ, ମନ ମୁଗ୍ଧକର ଓ ରୁଚି ସମ୍ପନ୍ନ । ସୁନ୍ଦର ପ୍ରଛଦ ଓ କଳେବରରେ ସଂକଳନଟି ସାବଲୀଳ, ସୁବୋଧ୍ୟ, ରୋଚକ, ସାର୍ଥକ ଓ ଅତୁଳନୀୟ । ନୂତନତ୍ୱରେ ଗୁଣଜ୍ଞ ପାଠକ-ପାଠିକାଙ୍କ ଦ୍ଵାରା ଆକର୍ଷିତ ହୋଇଉଠିବ ଏହାର ଅନ୍ତସ୍ପନ୍ଦନ ଓ ସୌନ୍ଦର୍ଯ୍ୟ ବୋଧ । ୟୁରାନିଆ ପବ୍ଳିଶର, ବରଗଡ଼ ଦ୍ଵାରା ସମ୍ପ୍ରତି ପ୍ରକାଶିତ ଏହି କବିତା ସଂକଳନଟି ୨୦୨୨ମସିହାର ଏକ ନିଆରା ଭେଟି ।

Link to Buy from Amazon: https://amazon.in/dp/9390821096

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।