ପ୍ରେମସନ୍ଦେଶ ମେଘସନ୍ଦେଶ
ଶ୍ରାବଣ ମାସେ ହୁଏ ମେଘ ପ୍ରବେଶ, ପରିଭ୍ରମଣ କରନ୍ତି ପ୍ରଦେଶ ପ୍ରଦେଶ, ପ୍ରେୟସୀ ପ୍ରତି ହେଲା ଯେ ଆବେଶ, ନେଇ ଯାଆନ୍ତୁ ମୋର ପ୍ରେମସନ୍ଦେଶ |୧| ପ୍ରେମିକା ପାଇଛି ଅପ୍ସରା ରୂପର ଆଶିଷ, ନିତ୍ୟେ ଆସ୍ଵାଦନ କରଛି ସୁଷମ ପୀୟୁଷ, ଏହି ନବଯୌବନ କରୁଛି ପ୍ରଣୟ ଘୋଷ, ଆମ ମଧ୍ୟେ ଅନୁରକ୍ତି ସଦା ରହୁ ଅଶେଷ |୨| ମୋ ଅଭିନବ ଅନୁରାଗ ନୁହେଁ ଅଭିନୟ, ମୋ ପ୍ରଣୟିନୀକୁ ବୁଝାନ୍ତୁ ମୋ ଅଭିପ୍ରାୟ, ମୋ ମନରେ ହୋଇଛି ରମ୍ୟ…

