You are currently viewing ପ୍ରତାରଣା
ପ୍ରତାରଣା

ପ୍ରତାରଣା

ସାତ ଜନମକୁ କଥା ଦେଇଥିଲ
ନିଜର କରିବ ବୋଲି
ପ୍ରତାରଣା କରି ଚାଲିଗଲ ତୁମେ
ସର୍ବହରା ମୁଁ ହୋଇଲି ॥

କହି ବି ପାରୁନି ସହି ବି ପାରୁନି
ବେଦନା ମୋ ହୃଦୟର
ବୁଝି ପାରୁନାହିଁ ଏମିତି କାହିଁକି
ବିଚ୍ଛେଦ ହେଲା ଆମର ॥

ତୁମ ବିଛେଦରେ ସବୁ ହରାଇଲି
ଦିନ କାଟୁଛି ଦୁଃଖରେ
ଗଲା ଦିନଠାରୁ ଭାବୁ ଅଛି ବସି
ଆଖି ଭିଜୁଛି ଲୁହରେ ॥

ଆସିବା ବାଟକୁ ଚାହିଁ ଚାହିଁ ମୁହିଁ
ଦେହଟା ଗଲାଣି ଝଡ଼ି
ମଉଳି ଯାଉଛି ମନ ବଗିଚାରୁ
ପ୍ରେମ ରୂପ ଫୁଲକଢ଼ି ॥

– ରମେଶ ଚନ୍ଦ୍ର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।