
କିଏ ତୁ, ସ୍ତ୍ରୀ?
ଆବିର୍ଭାବ ପୂର୍ବରୁ ପ୍ରଶ୍ନ, ଦୁନିଆରେ ନେବି ଜନ୍ମ ଅଥବା ହଜିଯିବ ଚିହ୍ନ? ଜନ୍ମ ନେଲି ହୋଇ ସ୍ତ୍ରୀ ଖଞ୍ଜି ହୋଇ ସବୁ ଶ୍ରୀ । ପରିଚୟ ବଂଶ ଆଭିଜାତ୍ୟର, ପରିଚୟ ଶିକ୍ଷା ସଂସ୍କାରର ସ୍ତ୍ରୀ, କାହିଁ ତୋ’ର ପରିଚୟ? କେବେ ବାବାର ଅଭିମାନ, କେବେ ସ୍ଵାମୀର ସମ୍ମାନ ସ୍ତ୍ରୀ, କାହିଁ ତୋ’ର ମାନ? ବୋଲାଉ ଯାହାକୁ ଘର, ରକ୍ତ ଶ୍ଵେଦ ଦେଇ କରୁ ସୁନ୍ଦର, ହେଉ ବାପଘର ଅବା ଶାଶୁଘର ସ୍ତ୍ରୀ, କାହିଁ ତୋ’ର ନିଜ ଘର?…