Odia Poem Ganita Darsan (ଗଣିତ ଦର୍ଶନ) by Nirmal Nayak

ଗଣିତ ଦର୍ଶନ

ଅଙ୍କ ଅବଧାନେ, କହନ୍ତି ପିଲାଏ… ପଢ଼ିବକି, ଜୀବନ ପାଠ… ଯୋଗ, ବିଯୋଗର, କାହାଣୀ ଶୁଣାଏ… ଗୁଣିତ, ବିଭକ୍ତର ସାଠ । ପହିଲି ପାଠଟି, ଶୁଣରେ ପିଲାଏ… ଯୋଗର ଗାରିମା କେତେ? ଜୀବନରେ ତା’ର ମହତ୍ୱ ବୁଝାଏ… ଖୁସି ବାଣ୍ଟିବାରେ ଯେତେ । ଦ୍ଵିତୀୟ ପାଠଟି, ବୁଝିଲ ବାଳକେ… ବିଯୋଗର ମୂଲ କେତେ? ଇର୍ଷା, ଦ୍ୱେଷ, ଛନ୍ଦ, କପଟ, ବିଯୋଗେ… ଜୀବନ ସୁନ୍ଦର ସତେ । ତୃତୀୟ ଶିକ୍ଷାଟି, ଜାଣରେ ପିଲାଏ… ଗୁଣିତ ମୂଲ୍ୟର ମୂଲ… ପ୍ରେମ ବିତରଣେ ସୁନ୍ଦର ଧରା ଏ……

ଅଧିକ ପଢ଼ନ୍ତୁ
Odia Poem Maa (ମାଆ) by Surendra Jena

ମାଆ

ମାଆ ମାଆ ବୋଲି ଡାକିଦେଲେ ଥରେ ଉଲ୍ଲସି ଉଠଇ ମନ, ମାଆ ଥିଲେ ପାଶେ ଲୋଡ଼ାନାହିଁ ଆମ କୋଟି କୋଟି ଧନ ଜନ ॥ ଅଳିକରି ଯଦି ତଳେ ଯାଅ ଗଡ଼ି ମାଆ ପୋଛିଦିଏ ଧୂଳି, କୋଳ କରିନେଇ ଭୁଲାଏ ମନକୁ ଗପ କହେ ଭଳି ଭଳି ॥ ଜ୍ୱର ବାନ୍ତି ହେଲେ ପାଶେ ଜଗି ବସେ ଗୋଡ ହାତ ଦିଏ ଆଉଁସି, ଦୁଃଖ କଷ୍ଟ ସବୁ ଛାଡ଼ି ଚାଲିଯାଏ ଆଷିଶ ଦିଏ ବରଷି ॥ ମାଆର…

ଅଧିକ ପଢ଼ନ୍ତୁ
Odia Poem Mun (ମୁଁ) by Pragyan Dalai

ମୁଁ

ମୁଁ ମନ୍ତ୍ର ମୁଗ୍ଧା ମହା ମୋକ୍ଷ ମନୁ ସ୍ମୃତି ମହାକାଶ ମୁଁ ମାଟି ମୋହ ମାୟା ମୃଗ ମୃଗତୃଷ୍ଣା ମେଘଦୂତ ମୁଁ ମରୁଭୂମି ମଲାଜହ୍ନ ମଶାଣୀର ମଲା ସ୍ଵପ୍ନ ମୁଁ ମସ୍ତିଷ୍କର ମାୟାଜାଲ ମୁହୁର୍ମୁହୁ ମତାନ୍ତର ଏଇ ମୁଁ ମୁଁତ୍ୱର ମହାଭାରତରେ ମୁଁ ମୂକ ସାକ୍ଷୀ ମହା ବୃକ୍ଷ – ପ୍ରଜ୍ଞା ଦଳାଇ ପ୍ରଜ୍ଞା ଦଳାଇପ୍ରଜ୍ଞା ଦଳାଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ…

ଅଧିକ ପଢ଼ନ୍ତୁ
Odia Poem Kehi Jane (କେହିଜଣେ) by Ashish Kumar Gouda

କେହିଜଣେ

ମତେ ଆଉ କେତେ ଅପେକ୍ଷାରେ ରଖିବୁ ଏ ଜହ୍ନରାତି ନଈକୂଳ କୃଷ୍ଣଚୂଡ଼ା ଗଙ୍ଗଶିଉଳି ତୋ ବିନା ସବୁ ଅଲୋଡ଼ା… ପବନର ଆହୁଲା ମାରି ମାରି ଛୁଇଁବାକୁ ହୁଏ ଆକାଶ ଆକାଶ ବୋଲି କ’ଣ ଅଛି ଯେ… କେବଳ ତୋ ହଳେ ଅନ୍ୟମନସ୍କ ଆଖି ଆଉ ଓଠ ଚିପା ହସ… ତୁ ଜାଣିଚୁ ଏ କେହିଜଣେ କିଏ କିଏ ବୋଲି ପ୍ରଶ୍ନ ଉଠେ ମୁଁ ବହୁତ ଡେରିଯାଏଁ ଚାହିଁ ରହେ ସମସ୍ତଙ୍କୁ ଆଉ ଫେରିଯାଏ ଆମ ଗାଁ ନଈପଠା…

ଅଧିକ ପଢ଼ନ୍ତୁ
Odia Poem Kanhua Bina Gopa Shunya (କାହ୍ନୁ ବିନା ଗୋପ ଶୂନ୍ୟ) by Srinibas Samal

କାହ୍ନୁ ବିନା ଗୋପ ଶୂନ୍ୟ

ଅଛି ସେ କଦମ୍ବ ବନ ଶୁଭୁନି ମୁରଲୀ ସ୍ଵନ ନଦୀ ପଠା ଲାଗେ ଖାଲି, ଶ୍ରୀହୀନ ଲାଗେ ମନ ବୃନ୍ଦାବନ କହ୍ନେଇ ନାହିଁତ ବୋଲି । ଲୁଚେଇ କାନ୍ଦେ ରାଧିକା ଚଉଦିଗ ହେଲା ଫିକା ଗହନ ଗୁମର ପ୍ରୀତି ସରଗ ସୁଷମା ହୀନ ତା ଉପମା ସରାଗେ ନଥାଏ ମତି । ପୁରିଛି ଲବଣୀ ହାଣ୍ଡି ଯଶୋଦା ପାରୁନି ଦଣ୍ଡି ବସି ଖୁଆ ବାଡ଼ି ପାଶେ ବାତ୍ସଲ୍ୟ ମମତା ନୟନ ଯୁଗଳୁ ଧାର ଧାର ବୋହି ଆସେ । ନିଛାଟିଆ କ୍ରୀଡ଼ାଭୂଇଁ…

ଅଧିକ ପଢ଼ନ୍ତୁ