Odia Poem Biswas (ବିଶ୍ୱାସ) by Sanskruti Mohanty

ବିଶ୍ୱାସ

ମୋ ବିଶ୍ୱାସର ବିଶ୍ୱକୁ ମୁହୂର୍ତ୍ତକରେ, ଭାଙ୍ଗି ଦେଲା ପରେ, ମୋ ବର୍ଣ୍ଣବିଭା ପୃଥିବୀ ଦିଶୁଥିଲା ଫିକା ଫିକା, ହୃଦୟରେ ଜମି ଯାଉଥିଲା, ପରସ୍ତ ପରସ୍ତ ଧୂଳି । ଆମ ସମ୍ପର୍କର ଡୋରି ସବୁ ଛିଡ଼ିଥିଲା ବୁଢ଼ିଆଣି ଜାଲ ହେଇ । ମୁଁ ବି ଛିଣ୍ଡି ଯାଉଥିଲି, ପୂର୍ଣ୍ଣମୀରୁ ଅମାବାସ୍ୟାର ଚାନ୍ଦ ପରି । ସାଉଁଟୁଥିଲି ଭାଙ୍ଗି ରୁଜି ଯାଇଥିବା, ଆମ ପ୍ରେମ ଆଉ ପ୍ରଣୟର ଭଙ୍ଗା ଆଇନାକୁ । କିନ୍ତୁ ପାରୁନଥିଲି, ଛିଣ୍ଡା ସୂତାରେ ଗଣ୍ଠି ଦେଇ,…

ଅଧିକ ପଢ଼ନ୍ତୁ
Odia Poem Nishabdatara Nayika (ନିଃଶବ୍ଦାତାର ନାୟିକା) by Nalinikanta Dash

ନିଃଶବ୍ଦାତାର ନାୟିକା

ତମେ ନିଃଶବ୍ଦ ପଟ୍ଟଚିତ୍ରର ନାୟିକା, ଶାନ୍ତ ସମୁଜ୍ଵଳ ତୁମ ଉପସ୍ଥିତି ରୋମାଞ୍ଚିତ କରିଥାଏ ପରିବେଶକୁ । ଖୁବ ନିଖୁଣ ତୁମେ ଅଭିନୟରେ… ନିଜ ମନର କଥା ପ୍ରକାଶ କରିବା ବେଶ୍ ଜଣା ତୁମକୁ । ଓଠର ଚଞ୍ଚଳତା, ମର୍ମଜ୍ଞ ଚାହାଣି ତମ ଆଖିର, ବ୍ୟକ୍ତ କରିଥାଏ ତୁମ ହୃଦୟର ଭାଷା… ଜାଣିଲି ଏତିକି ସ୍ଵପ୍ନ ହେଉ ଅବା ବାସ୍ତବତା ତମେ ହିଁ ମୋ ଜୀବନ ପଟ୍ଟଚିତ୍ରର ସେହି ନିଃଶବ୍ଦତାର ନାୟିକା । – ନଳୀନକାନ୍ତ ଦାଶ ନଳୀନକାନ୍ତ…

ଅଧିକ ପଢ଼ନ୍ତୁ
Odia Poem Dola Purnima (ଦୋଳ ପୂର୍ଣ୍ଣିମା) by Krushna Chandra Barik for Holi

ଦୋଳ ପୂର୍ଣ୍ଣିମା

ଗୋପ ଗୋପାଳୁଣୀ ଗଲେ ନୀର ଆଣି ଯମୁନା ପୁଳିନେ ମିଳି ଅଷ୍ଟ ଅଳଙ୍କାର ଦେହରୁ କାଢ଼ିଲେ ସ୍ନାହାନ କରିବେ ବୋଲି । ଚିଲ ପକ୍ଷୀ ଏକ ଖାଇବା ପଦାର୍ଥ ମଣି ନେଲା କାନ ଫୁଲ କଦମ୍ବ ଡାଳରେ ନିରତେ ଖୁମ୍ପିଲା ଭୋକରେ ହୋଇ ବିକଳ । ସୁବର୍ଣ୍ଣର ସେହି କାନଫୁଲ ଗୋଟି କୁଞ୍ଜବନେ ଫୋପାଡ଼ିଲା ଜଳରୁ ବାହାରି ଶ୍ରୀରାଧା ସୁନ୍ଦରୀ ଖୋଜି ଖୋଜି କାନ୍ଦି ମଲା । ଅନ୍ତପୁରେ ଯାଇ ଲୋତକ ଝରାଇ ରହିଲାକ ତୁନି ହୋଇ…

ଅଧିକ ପଢ଼ନ୍ତୁ
Odia Poem Fagunara Fagu (ଫଗୁଣର ଫଗୁ) by Shushree Sangita Sethi for the Celebration of Holi in Odisha

ଫଗୁଣର ଫଗୁ

ଆସିଛି ହୋରି ଆଣି ଫଗୁ ସାଥିରେ ଫଗୁଣକୁ ସଜେଇବ ବୋଲି, ଜୀବନ ରଙ୍ଗେଇ ପ୍ରେମ ରଙ୍ଗରେ ଖୁସିର ଅଭିରକୁ ବୋଳି । ଜୀବନ ମେଳଣକୁ ରଙ୍ଗୀନ କରେଇ ଫଗୁ ଉଡ଼ାଇବ ବୋଲି ବରଷକେ ଥରେ ଆସିଛି ସେ ଖେଳିବାକୁ ମନ ଖୋଲି । ଦୋଳଗୋବିନ୍ଦଙ୍କ ଲୀଳାରେ ଭରି ଭକ୍ତିମୟ ପରିବେଶ, ରଙ୍ଗ ଖେଳରେ ମଜେଇବାକୁ ଡାକେ ହାତ ଠାରି ଆସ । ଜୀବନର ପ୍ରତି ରଙ୍ଗ ଚାଖିବାକୁ ହୁଏ କହେ ସେ ଆଖି ମାରି, ତେବେ ସିନା…

ଅଧିକ ପଢ଼ନ୍ତୁ
Odia Poem Nahua Ete Nisthura(ନହୁଅ ଏତେ ନିଷ୍ଠୁର) by Krushnendu Hota

ନହୁଅ ଏତେ ନିଷ୍ଠୁର

ଡାକ୍ତରଙ୍କ ମୁଖୁ ଝିଅଟିଏ ବୋଲି ଶୁଣିକରି ପିତାମାତା, ହଁ କହନ୍ତି ପଦେ ତଳମୁହାଁ ହୋଇ ଏଇଟା ଭାଇ କି କଥା? ଆଗରୁ ଜାଣିଲେ ଝିଅ ହେବ ବୋଲି କରିଥାନ୍ତି ଗର୍ଭ ନଷ୍ଟ, ଯଦି ବଞ୍ଚିଯିଏ ମୁଣାଟିରେ ଭରି ଫିଙ୍ଗନ୍ତି ନଲାଗେ କଷ୍ଟ । ନାଳ ନର୍ଦ୍ଦମାରେ ଦିନ କଟିଥାଏ ଶିଶୁକନ୍ୟା ସେ ନିଷ୍ପାପ, ଝିଅଟିଏ ହେଇ ଧରାକୁ ଆସିବା ହୋଇଗଲା ଅଭିଶାପ । ପିତାମାତାଙ୍କ ମନର ଭାବନା ଝିଅଟିଏ ଯଦି ହେବ, ଖୁଆଇ ପିଆଇ ପୋଷିଥିବ ସିନା…

ଅଧିକ ପଢ଼ନ୍ତୁ