Odia Poem Pranayini (ପ୍ରଣୟିନୀ) by Srikanta Padhan

ପ୍ରଣୟିନୀ

ଆଗତ ଫଗୁଣ ଶୁକ୍ଳ ତୃତୀୟାର ମୀନ ଚନ୍ଦ୍ରେ ଶୁଭ ଲଗ୍ନ ଜନ୍ମ ଜନ୍ମାନ୍ତର ସଂପର୍କ କଟିରେ ବନ୍ଧା ହେବା ସେହି କ୍ଷଣ ॥ ଦିନ ଗଣୁଅଛି ଆହେ ପ୍ରଣୟିନୀ ଉଛୁରା ମନ ମୋ ଚାପି ହୃଦୟ ଝରକା ଖୋଲା ରଖିଅଛି ଆସିବକି କାଳେ ଛପି ॥ ପ୍ରତିଟି ମୂହୁର୍ତ୍ତ ଲାଗେ ଶତ ଯୁଗ ସ୍ଥିର ଲାଗେ ମହୀ ଗତି ପରୀକ୍ଷା କି ନିଏ ନିୟତି ମୋହର ଧୈର୍ଯ୍ୟ ତରାଜୁରେ ନାପି ॥ ମାନସେ ଝଟକେ ସୁପ୍ରତିମା ତବ…

ଅଧିକ ପଢ଼ନ୍ତୁ
Odia Poem Biswas (ବିଶ୍ୱାସ) by Sanskruti Mohanty

ବିଶ୍ୱାସ

ମୋ ବିଶ୍ୱାସର ବିଶ୍ୱକୁ ମୁହୂର୍ତ୍ତକରେ, ଭାଙ୍ଗି ଦେଲା ପରେ, ମୋ ବର୍ଣ୍ଣବିଭା ପୃଥିବୀ ଦିଶୁଥିଲା ଫିକା ଫିକା, ହୃଦୟରେ ଜମି ଯାଉଥିଲା, ପରସ୍ତ ପରସ୍ତ ଧୂଳି । ଆମ ସମ୍ପର୍କର ଡୋରି ସବୁ ଛିଡ଼ିଥିଲା ବୁଢ଼ିଆଣି ଜାଲ ହେଇ । ମୁଁ ବି ଛିଣ୍ଡି ଯାଉଥିଲି, ପୂର୍ଣ୍ଣମୀରୁ ଅମାବାସ୍ୟାର ଚାନ୍ଦ ପରି । ସାଉଁଟୁଥିଲି ଭାଙ୍ଗି ରୁଜି ଯାଇଥିବା, ଆମ ପ୍ରେମ ଆଉ ପ୍ରଣୟର ଭଙ୍ଗା ଆଇନାକୁ । କିନ୍ତୁ ପାରୁନଥିଲି, ଛିଣ୍ଡା ସୂତାରେ ଗଣ୍ଠି ଦେଇ, ଭଙ୍ଗା କାଚକୁ ଯୋଡ଼ି, କ’ଣ…

ଅଧିକ ପଢ଼ନ୍ତୁ
Odia Poem Nishabdatara Nayika (ନିଃଶବ୍ଦାତାର ନାୟିକା) by Nalinikanta Dash

ନିଃଶବ୍ଦାତାର ନାୟିକା

ତମେ ନିଃଶବ୍ଦ ପଟ୍ଟଚିତ୍ରର ନାୟିକା, ଶାନ୍ତ ସମୁଜ୍ଵଳ ତୁମ ଉପସ୍ଥିତି ରୋମାଞ୍ଚିତ କରିଥାଏ ପରିବେଶକୁ । ଖୁବ ନିଖୁଣ ତୁମେ ଅଭିନୟରେ… ନିଜ ମନର କଥା ପ୍ରକାଶ କରିବା ବେଶ୍ ଜଣା ତୁମକୁ । ଓଠର ଚଞ୍ଚଳତା, ମର୍ମଜ୍ଞ ଚାହାଣି ତମ ଆଖିର, ବ୍ୟକ୍ତ କରିଥାଏ ତୁମ ହୃଦୟର ଭାଷା… ଜାଣିଲି ଏତିକି ସ୍ଵପ୍ନ ହେଉ ଅବା ବାସ୍ତବତା ତମେ ହିଁ ମୋ ଜୀବନ ପଟ୍ଟଚିତ୍ରର ସେହି ନିଃଶବ୍ଦତାର ନାୟିକା । – ନଳୀନକାନ୍ତ ଦାଶ ନଳୀନକାନ୍ତ ଦାଶନଳୀନକାନ୍ତ ଦାଶ ଓଡ଼ିଆ…

ଅଧିକ ପଢ଼ନ୍ତୁ
Odia Poem Dola Purnima (ଦୋଳ ପୂର୍ଣ୍ଣିମା) by Krushna Chandra Barik for Holi

ଦୋଳ ପୂର୍ଣ୍ଣିମା

ଗୋପ ଗୋପାଳୁଣୀ ଗଲେ ନୀର ଆଣି ଯମୁନା ପୁଳିନେ ମିଳି ଅଷ୍ଟ ଅଳଙ୍କାର ଦେହରୁ କାଢ଼ିଲେ ସ୍ନାହାନ କରିବେ ବୋଲି । ଚିଲ ପକ୍ଷୀ ଏକ ଖାଇବା ପଦାର୍ଥ ମଣି ନେଲା କାନ ଫୁଲ କଦମ୍ବ ଡାଳରେ ନିରତେ ଖୁମ୍ପିଲା ଭୋକରେ ହୋଇ ବିକଳ । ସୁବର୍ଣ୍ଣର ସେହି କାନଫୁଲ ଗୋଟି କୁଞ୍ଜବନେ ଫୋପାଡ଼ିଲା ଜଳରୁ ବାହାରି ଶ୍ରୀରାଧା ସୁନ୍ଦରୀ ଖୋଜି ଖୋଜି କାନ୍ଦି ମଲା । ଅନ୍ତପୁରେ ଯାଇ ଲୋତକ ଝରାଇ ରହିଲାକ ତୁନି ହୋଇ ବତ୍ସା ଚରା ବେଳେ…

ଅଧିକ ପଢ଼ନ୍ତୁ
Odia Poem Fagunara Fagu (ଫଗୁଣର ଫଗୁ) by Shushree Sangita Sethi for the Celebration of Holi in Odisha

ଫଗୁଣର ଫଗୁ

ଆସିଛି ହୋରି ଆଣି ଫଗୁ ସାଥିରେ ଫଗୁଣକୁ ସଜେଇବ ବୋଲି, ଜୀବନ ରଙ୍ଗେଇ ପ୍ରେମ ରଙ୍ଗରେ ଖୁସିର ଅଭିରକୁ ବୋଳି । ଜୀବନ ମେଳଣକୁ ରଙ୍ଗୀନ କରେଇ ଫଗୁ ଉଡ଼ାଇବ ବୋଲି ବରଷକେ ଥରେ ଆସିଛି ସେ ଖେଳିବାକୁ ମନ ଖୋଲି । ଦୋଳଗୋବିନ୍ଦଙ୍କ ଲୀଳାରେ ଭରି ଭକ୍ତିମୟ ପରିବେଶ, ରଙ୍ଗ ଖେଳରେ ମଜେଇବାକୁ ଡାକେ ହାତ ଠାରି ଆସ । ଜୀବନର ପ୍ରତି ରଙ୍ଗ ଚାଖିବାକୁ ହୁଏ କହେ ସେ ଆଖି ମାରି, ତେବେ ସିନା ଏ ଜୀବନ ରଙ୍ଗମଞ୍ଚ…

ଅଧିକ ପଢ଼ନ୍ତୁ