Odia Poem Gaunli Jhia (ଗାଉଁଲିଝିଅ) by Narayn Paikaray

ଗାଉଁଲିଝିଅ

ଖେଳୁଥିଲି ଦିନେ ଗାଁ ଚାହାଳିରେ ହେଉଥିଲି ସାଙ୍ଗ ମେଳ ବଡ଼ହୋଇ ମୁଁ ପଢ଼ିଲି ପାଠ ଜାଣିଲି ଆମଝିଅଙ୍କ ଖେଳ । ବୁଡ଼ୁଅଛୁ ଆମେ ଗଭୀର ସାଗରେ ଉଡ଼ାଉଛୁ ରକେଟ ମହାକାଶେ ପୁଣି ଚଢ଼ୁଅଛୁ ଉଚ୍ଚ ପରବତ ଚଲାଉଛୁ କେତେ ଯନ୍ତ୍ରାଂଶେ । ଖେଳ ନାଚ ଗୀତ ବିଜ୍ଞାନରେ ହୋଇଛି ଆମର ଜୟ ତା’ସଙ୍ଗେ ପାଠ ଆଉ ଅଭିନୟରେ ପୁଅଙ୍କୁ କରାଉଛୁ ଭୟ । ଆମେ ହେବା ବାପାମାଆଙ୍କର ଜଣେ ଜଣେ ସୁନାଝିଅ ଆମେ ବଢ଼ିବା ଆମେ ପଢ଼ିବା…

ଅଧିକ ପଢ଼ନ୍ତୁ
Odia Poem Kemiti Eka Aswasti (କେମିତି ଏକ ଆଶ୍ୱସ୍ତି) by Sabita Satapathy

କେମିତି ଏକ ଆଶ୍ଵସ୍ତି

କିଏ କହିଲା କ୍ରୀତଦାସର ବେଡ଼ି ଖୋଲି ଯାଇଛି ପାଦର ଶୃଙ୍ଖଳ ଛିଡ଼ି ଯାଇଛି, ତା’ର ନିର୍ଯ୍ୟାତନା, ଯନ୍ତ୍ରଣା, ଯାତନା ସରିଯାଇଛି? ପେଟ କାକୁର୍ତ୍ତିରେ ଭିଟାମାଟିକୁ ଛାଡ଼ି ଦାଦନ ଖଟିବାକୁ ଯାଇ, ପ୍ରାଣ ନେଇ ଫେରିଥିବା ସେଇ କଙ୍କାଳସାର ମଣିଷକୁ ଦେଖ ! ସେଇ ନିର୍ଯ୍ୟାତନା, ସେଇ ଯନ୍ତ୍ରଣା ଯାତନାର ଛାପ ଦିକ୍ ଦିକ୍ ହୋଇ ଦିଶୁଛି । ଲୋମହର୍ଷଣକାରୀ କରୁଣ ଅନୁଭୂତିର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଛି ତା’ର ପେଟ ଆଉ ପିଠିରୁ । ଦେଖ…

ଅଧିକ ପଢ଼ନ୍ତୁ
Odia Poem Shabda Shilpi (ଶବ୍ଦ ଶିଳ୍ପୀ) by Tapan Dixit

ଶବ୍ଦ ଶିଳ୍ପୀ

ଶବ୍ଦ ଶିଳାକୁ ରୂପଦିଏ ବସି ବିରହୀ ଶିଳ୍ପୀ ସାଜି ଭଗ୍ନ କରନା ଭାବନାକୁ ତୁମେ ମଗ୍ନ ମୁଁ ନିଦ୍ରା ତେଜି । ଅନାମିକା କେଉଁ ତନ୍ଵୀ ରୂପସୀ କୁଚର ଅନ୍ତିମ ଛୁଆଁ ଦେବାପରେ ସାଥୀ ବାହୁଡ଼ି ଯିବି ମୁଁ ସେଇ ବାସ୍ତବ ଗାଁ’ । ଯେଉଁଠି ନଥିବ ପ୍ରେମ ପ୍ରତାରଣା (ଆଉ) ହୃଦୟ ଖଣ୍ଡର ଦାହ (ଥିବ) ଅଗଣିତ ରାତ୍ରୀ ତନ୍ଦ୍ରା ଜଡ଼ିତ ପଲକେ ସ୍ୱପ୍ନ ମୋହ । ଚୂନା ଚୁନା ଫୁଲ ଫୁଟି ଝରୁଥିବେ ସଞ୍ଜ…

ଅଧିକ ପଢ଼ନ୍ତୁ
He Mo Utkala (ହେ ମୋ ଉତ୍କଳ) Odia Poem by Sushree Sangita Sethy

ହେ ମୋ ଉତ୍କଳ

ହେ ମୋ ଉତ୍କଳ ମୋ ଜନନୀ ପବିତ୍ର ଭୂମି, ସବୁଜିମା, ତଟିନୀ ପ୍ରାଣ ତୁ ଏ ଓଡ଼ିଆ ଜାତିର ତୋ’ ପାଇଁ ଝରେ ସମ୍ମାନ ନିର୍ଝରଣୀ । ଜନ୍ମ ନେଇ ତୋ’ କୋଳେ ହେଇଛି ଧନ୍ୟ ତୋ ପବିତ୍ର ମାଟି ବୋଳି ହେଇ ଦେହେ ଲୋଟିଛି ସେଥିରେ ଭାବି ତତେ ଫଗୁ ପାଇଛି ତୋ’ ସ୍ନେହର ବାସ୍ନା ଯାହା ଅନନ୍ୟ । ଜୀବନ ତରି ତୁ କେତେ ଜୀବିକାର ତୋ’ ମହାନଦୀ ମୂକସାକ୍ଷୀ ତାହାର, ତୋ’ ପଣତ…

ଅଧିକ ପଢ଼ନ୍ତୁ
Odia Poem Karma (କର୍ମ) by Ramesh Chandra Behera

କର୍ମ

ଚରିତ୍ର ସୁନ୍ଦର କାମରେ କଲେ ସମୃଦ୍ଧି ସମ୍ଭବ ସଭିଙ୍କୁ ନେଲେ ଧନ ଦଉଲତ ମାନ ଠିକଣା କପଟ କୁଚିନ୍ତା ଭାରି ଯନ୍ତ୍ରଣା କଥା ବିକା ଧନ ଦିନକୁ ସୁଖ ସେ ଦିନ ସରିଲେ ପାଇବ ଦୁଃଖ କର୍ମ ସ୍ୱଭାବରେ ବଢ଼ିବ ମାନ ସୁଖରେ କଟିବ ସବୁରି ଦିନ ଅଧିକ କହିବା ନୁହଁ ଜରୁରୀ କେବେକେବେ ଏତ ପଡ଼ିବ ଭାରି ସଭିଙ୍କୁ କରିଲେ ସ୍ନେହ ସମ୍ମାନ ଭଲ ପାଇବେ ଆମ ପ୍ରିୟଜନ । – ରମେଶ ଚନ୍ଦ୍ର ବେହେରା…

ଅଧିକ ପଢ଼ନ୍ତୁ