You are currently viewing ଗାଉଁଲିଝିଅ
Odia Poem Gaunli Jhia (ଗାଉଁଲିଝିଅ) by Narayn Paikaray

ଗାଉଁଲିଝିଅ

ଖେଳୁଥିଲି ଦିନେ ଗାଁ ଚାହାଳିରେ
ହେଉଥିଲି ସାଙ୍ଗ ମେଳ
ବଡ଼ହୋଇ ମୁଁ ପଢ଼ିଲି ପାଠ
ଜାଣିଲି ଆମଝିଅଙ୍କ ଖେଳ ।

ବୁଡ଼ୁଅଛୁ ଆମେ ଗଭୀର ସାଗରେ
ଉଡ଼ାଉଛୁ ରକେଟ ମହାକାଶେ
ପୁଣି ଚଢ଼ୁଅଛୁ ଉଚ୍ଚ ପରବତ
ଚଲାଉଛୁ କେତେ ଯନ୍ତ୍ରାଂଶେ ।

ଖେଳ ନାଚ ଗୀତ ବିଜ୍ଞାନରେ
ହୋଇଛି ଆମର ଜୟ
ତା’ସଙ୍ଗେ ପାଠ ଆଉ ଅଭିନୟରେ
ପୁଅଙ୍କୁ କରାଉଛୁ ଭୟ ।

ଆମେ ହେବା ବାପାମାଆଙ୍କର
ଜଣେ ଜଣେ ସୁନାଝିଅ
ଆମେ ବଢ଼ିବା ଆମେ ପଢ଼ିବା
ଆମେ ନୁହଁ ଗାଉଁଲିଝିଅ ।

ଆମେ ପାଇଅଛୁ କଳପନାର ସାହସ
ଝାନସି ରାଣୀଙ୍କର ବୀରତ୍ୱ
ଇନ୍ଦିରା ଗାନ୍ଧୀଙ୍କ ରାଜନୀତି ଚାଳନା
ତା’ସଙ୍ଗେ ସରୋଜିନୀଙ୍କ କବିତ୍ୱ ।

ଆସ ସବୁ ଏଦେଶର ଭଉଣୀମାନେ
ମିଳିମିଶି ଗାଇବା ଗୀତ
ପାଠପଢ଼ି ଗଢ଼ିବା ଆମ ଦେଶ
ରଖିବା ତା’ର ମହତ୍ୱ ।

ଶପଥ ନେବା ଭାରତ ମାତାର
ରଖିବା ଆମେ ଟେକ
ଡରିବା ନାହିଁ ମରିବା ପଛେ
ଶତ୍ରୁକୁ କରିବା ଆକଟ ।

କରିବା ଆମେ ଦେଶର ସେବା
କାହାକୁ ନକରି ଭୟ
ଆମେ ବଢ଼ିବା ଆମେ ପଢ଼ିବା
ଆମେ ନୁହଁ ଗାଉଁଲିଝିଅ ।

– ଶ୍ରୀ ନାରାୟଣ ପାଇକରାୟ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନାରାୟଣ ପାଇକରାୟ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।