You are currently viewing ଗୁଡ଼ି
Odia Poem Gudi (ଗୁଡ଼ି) on Kite by Padmini Barik

ଗୁଡ଼ି

ପୁତ୍ର କନ୍ୟା ଏକ ଗୁଡ଼ିର ସଦୃଶ
ଆକାଶେ ଉଡ଼ିବା ପାଇଁ,
ସଂସ୍କାରର ବାର୍ତ୍ତା ହୋଇଥାଏ ସୂତା
ଶାସନ ଦଣ୍ଡ ଲଟେଇ ।

ଆଗ ପଛ କରି ସୂତାକୁ ଟାଣନ୍ତି
ଉପରକୁ ଯିବା ପାଇଁ,
ସଂସ୍କାରର ସୂତା କଟି ଯାଏ ଯଦି
ଗୁଡ଼ି ଭୂମିରେ ଲୋଟଇ ।

ଶାସନ ଦଣ୍ଡକୁ ଛାଡ଼ିଦେଲେ ତୁମେ
ଗୁଡ଼ି ହେବ ଖଣ୍ଡ ଖଣ୍ଡ,
ବାତ୍ସଲ୍ୟ ମମତା ଅସାର ହୋଇବ
ତଳକୁ ହେବ ଯେ ମୁଣ୍ଡ ।

ଶାସନ କରନ୍ତି ପିତାମାତା ଯେବେ
ରଖ ତାଙ୍କ ଅଭିମାନ,
ସୁଉଚ୍ଚରେ ଉଡ଼ି ଯଶ ଅରଯିବ
ଅଟେ ଏ ମହତ ଜ୍ଞାନ ।

– ପଦ୍ମିନୀ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଦ୍ମିନୀ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।