You are currently viewing ଭରି ଯାଏ ଦୁଃଖ ରାଶି
Odia Poem Bharijae Dukha Rashi (ଭରି ଯାଏ ଦୁଃଖ ରାଶି) by Sandhyarani Dash

ଭରି ଯାଏ ଦୁଃଖ ରାଶି

ହାରି ଯାଇଛି ମୁଁ ଜୀବନ ଯୁଦ୍ଧରେ
ଖୋଜୁଛି ହଜିଲା ସ୍ମୃତି
କିଛି କଥା ଆଉ ଅକୁହା ବେଦନା
ଅନ୍ଧକାରର ଏ ରାତି ।

ହୃଦୟ ମନ୍ଦିରେ ସସ ମାନ ସାଜି
ଅଟ୍ଟହାସ୍ୟ କରେ ମୋତେ,
ନିଜର ଲୁହକୁ ନିଜେ ପିଇ ଯାଇ
ବୁଝାଏ ମନକୁ କେତେ ।

କୋମଳ ହୃଦୟ ହୋଇଛି ପଥର
ଝୁରୁଅଛି ରାତିଦିନ
ହଜି ଯାଇଛି ତା’ ଜୀବନ କାହାଣୀ
ଲିଭିଯାଏ ତା’ ସପନ ।

ଫେରିବାର ଆଶା ଯାଇଛି ପାଶୋରି
ମାଟିରେ ଯାଇଛି ମିଶି
ବିରହ ବିଧୁରା କୋମଳ ହୃଦୟ
ଭରି ଯାଏ ଦୁଃଖ ରାଶି ।

– ସନ୍ଧ୍ୟା ରାଣୀ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନ୍ଧ୍ୟାରାଣୀ ଦାଶ ଓଡ଼ିଶା ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ମୁଖ୍ୟତଃ ଆମ ସମାଜ, ପରିବେଶ ଆଉ ଭକ୍ତିଅର୍ଘ୍ୟ ଉପରେ ତାଙ୍କର ଲେଖନୀ ଚାଳନା କରନ୍ତି ।