You are currently viewing ବର୍ଷାରୁ ବୈଶାଖ
Odia Poem Barsaru Baisakha (ବର୍ଷାରୁ ବୈଶାଖ) by Himanshu Bhusan Sahoo

ବର୍ଷାରୁ ବୈଶାଖ

ଏ ତ ବସନ୍ତର ଆସ୍ତେ ଛୁଆଁ ଜାଣ
ବର୍ଷାକୁ ।
ଶେଫାଳି ସୁଗନ୍ଧ ସ୍ନେହ
କିମ୍ବା ପ୍ରେମିକା ଗୋଲାପୀ ଓଠର
ବର୍ଷାଛିଟା ପ୍ରେମ ବିନ୍ଦୁ,
ଶୁଣ କାନପାତି !
କୁହୁକ ଡାକ ମନ ଦିଆନିଆର,
ଏ ତ ବସନ୍ତ ! ବର୍ଷାର ଛାତିତଳ !!!

ନୂଆ ନୂଆ ପ୍ରେମିକାର
ସମର୍ପଣ ଛୁଇଁ ଯେବେ
ଭାସିଯାଏ, ଅଲାଜୁକ ପବନଟି
ବର୍ଷାରୁ ବସନ୍ତ ଯାଏ ।
ହାଏ… ସେ ପ୍ରେମିକପ୍ରବର ମନ !
ସତେ କି ବୈଶାଖର ଚାପା ଗୁଞ୍ଜରଣ !!!

ଲାଜେ କହିଦିଏ ନବବଧୂ
ଲାଲ୍ ଗୋଲାପୀ ପ୍ରେମ ପ୍ରଣୟନ କଥା,
ଅଚିହ୍ନା ଅଚିହ୍ନା ପ୍ରିୟା,
ଚିହ୍ନା-ଚିହ୍ନା ସଜ ଜହ୍ନ ଆଲୁଅର ପ୍ରେମ ।
ଶିହରିତ ହୋଇଉଠେ
ଫଗୁଣର ଝିମା ଝିମା ରୋମାଞ୍ଚ !!!

ସତେ କି ବସନ୍ତରାଜ ଆଗମନେ !
ବର୍ଷା, ଲାଜେ ଭିଜା ଭିଜା
ପହିଲି ପ୍ରେମର ଚୋରା ଚିଠି ଖଣ୍ଡେ ।
ଏଇ ଦେଖ ତ !
ଋତୁରାଜ ବସନ୍ତର ଲାଜଲାଜ ଫଗୁ
ବର୍ଷାର ମିଠାମିଠା ମାଟି ମହାକରେ !!!

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।