You are currently viewing ଉତ୍କଳ ସନ୍ତାନ
Odia Poem Utkala Santana (ଉତ୍କଳ ସନ୍ତାନ) by Satyabrata Mohapatra

ଉତ୍କଳ ସନ୍ତାନ

ଜାଗିଉଠ ସର୍ବେ ଉତ୍କଳ ସନ୍ତାନ
ମାତୃଭୂମି ରକ୍ଷା ପାଇଁ,
ପ୍ରତିଟି ମୁହୂର୍ତ୍ତେ ଶପଥ ନିଅ ହେ
ଜାତି ଟେକ ରକ୍ଷା ପାଇଁ ।

ମୋ ଉତ୍କଳ ମାଟି ଅଟେ ସ୍ୱାଭିମାନୀ
ବିଶ୍ୱାସେ ଦିଅଇ ପ୍ରାଣ,
ବୀର ପ୍ରସବିନୀ ମୋ ମାଆ ଧରିତ୍ରୀ
ଅବିଶ୍ୱାସେ ଭାଙ୍ଗେ ଟାଣ ।

ସାହିତ୍ୟ ସଂସ୍କୃତି କଳା ଇତିହାସ
ଅଟେ ଜାତି ପ୍ରାଣ ଧାର,
ଅଟେ ଗୁଣବତୀ ମୋ ଉତ୍କଳ ମାଟି
ବର୍ଣ୍ଣି ନପାରେ ତା’ ଯଶ ଅପାର ।

ମାତୃଭୂମି ମାତୃଭାଷା ନ ଜାଣିଲେ,
ନ ବୋଲିବ କେବେ ଜ୍ଞାନୀ,
ଅକ୍ଷତ ତା ଯଶ କିରତୀ ଗୌରବ
କୋଟି ବୀର ପ୍ରସବିନୀ ।

ଉତ୍କଳ ମାତାର କରୁଣା ପରଶେ
ଦୂର ହୁଏ ଅନ୍ଧକାର,
ସନ୍ତାନ ହୃଦରେ ଜାଗିଉଠିଥାଏ
ଜ୍ଞାନର ଆଲୋକ ଦ୍ୱାର ।

ସୌର୍ଯ୍ୟ ବୀର୍ଯ୍ୟ ତା’ର ଅଖଣ୍ଡ ରହିଛି,
ଜାତିର ସୁରକ୍ଷା ପାଇଁ,
ଏ ସାରା ଜଗତ ବନ୍ଦନା କରୁଛି
ଉତ୍କଳ ସଙ୍ଗୀତ ଗାଇ ।

ଜାଗିଉଠ ସର୍ବେ ଉତ୍କଳ ସନ୍ତାନ,
ବାଜିଲାଣି ଶୁଭ ଧ୍ୱନି,
ପ୍ରତୀକ୍ଷା କଲେଣି ଉତ୍କଳ ମାତା
ଅମୃତ ଆହ୍ୱାନ ଘେନି ।

– ସତ୍ୟବ୍ରତ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟବ୍ରତ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।