ଅଙ୍କା ବଙ୍କା ପଥରେ ଆସେ ଭାସି
କଳା ଆଦ୍ରତାର ଛାଇ ଦିଏ ହସି
ବରଷି ଯାଏ ଭିଜେଇ ଦିଏ
ତୃଶାର୍ତ୍ତ ହୃଦୟର ଶୋଷ ମେଣ୍ଟାଏ
ତୋ ଶୀତଳ ସ୍ପର୍ଶର ଅପେକ୍ଷାରେ
ମୋ ଦିନ ରାତି ଯାଏ ବିତି
ଅମାନିଆ ପ୍ରେମିକା ପରି ତୁ
କିନ୍ତୁ ଯନ୍ତ୍ରଣା ଦେଇ ପାଉ ପ୍ରୀତି
ଭିଜା ଭିଜା ହୃଦୟ ବରଷାରେ
ନାଚିବାକୁ ହେଉଥାଏ ଉଛନ୍ନ
ତତେ ଥରେ ଛୁଇଁ ଦେଲା ପରେ
ସପନ ରାଇଜକୁ ଚାଲିଯାଏ ଏ ଭିଜା ମନ
ଓଦା ଓଦା ସ୍ମୃତିକୁ ଆମ ହୃଦୟେ ଭରି
ଶରତର ନୀଳ ଆକାଶେ ତୁ ଯାଉ ଛାଡ଼ି
ଶୀତ ଖରା ଲାଞ୍ଛନାରେ ଏ ଜର୍ଜରିତ ଶରୀର
ପୁଣି ରାସ୍ତା ଦେଖେ ସେ କଳା ବାଦଲର ରଡ଼ି ।
– ଡ. ରଶ୍ମିରଞ୍ଜନ ସାହୁ