ସୁଶ୍ରୀ ସଙ୍ଗୀତା ସେଠୀ

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Tu Mo Valentine

ତୁ ମୋ ଭାଲେଣ୍ଟାଇନ୍

କ’ଣ ହେଇଗଲା ସବୁ ନିମିଷକେ । ହଠାତ୍ ସବୁକିଛି ଓଲଟ ପାଲଟ କେମିତି ହେଇଗଲା ! ସବୁ ତ ଠିକ୍ ଚାଲିଥିଲା । ମତେ ଶୁଭୁ ଏମିତି ଛାଡ଼ି ଯାଇ ପାରିବନି ନା ! କଦାପି ନୁହେଁ । ଏମିତି ଭାବି ଭାବି ପାଗଳ ପ୍ରାୟ କାନ୍ଦୁଥାଏ ରୁଦ୍ର । ପାଗଳ ପରି ତା’ର ସବୁ ସାଙ୍ଗକୁ ଫୋନ୍ ଲଗାଉଥାଏ । କିନ୍ତୁ କିଛି କହିପାରୁନଥାଏ । କାନ୍ଦି ବି ପାରୁନଥାଏ । କେତେ କ’ଣ କରିନଥିଲା ସେ ଶୁଭୁ ପାଇଁ । ସବୁବେଳେ ତା’ ସୁଖଦୁଃଖର ସାଥୀ ହେଇ ଚାଲିଥିଲା…

ଅଧିକ ପଢ଼ନ୍ତୁ
Odia Poem Dipa Shikha (ଦୀପ ଶିଖା) by Sushree Sangita Sethy

ଦୀପ ଶିଖା

ଦୀପ୍ତି ରେଖା ଉଜ୍ୱଳ ଜ୍ୟୋତି ଶିଖା ପ୍ରଜ୍ୱଳିତ ଆଜି ଘରେ ଘରେ ଅନ୍ଧକାର ଛାୟା ଅପସରି ଲୀନ ଆଲୋକ ରଶ୍ମି ଗର୍ଭରେ । ଦାଣ୍ଡ ଅଗଣା ସୁସଜ୍ଜିତ ଆଜି ସପ୍ତରଙ୍ଗୀ ମୁରୁଜ ବିଞ୍ଚା ହୋଇ ଖୁସି ମଉଜର ସମାଗମ ହୁଏ ଗୃହେ ଆଲିଙ୍ଗନ ଦେଇ । ପିଠାପଣାର ଭୂରି ଭୂରି ବାସ୍ନା ବାଣ୍ଟେ ଦୀପାବଳି ଶୁଭେଚ୍ଛା ପ୍ରାଣରୁ ଉଦର ବାସ୍ନାରେ ଭରି ବଢ଼ାଏ କ୍ଷୁଧାର ଇଛା । ଆରିସା, କାକରା, ମଣ୍ଡା ଆଉ କ୍ଷୀରି ସଜାନ୍ତି ପୂଜା ପସରା, ବଡ଼ବଡ଼ୁଆଙ୍କୁ କରି…

ଅଧିକ ପଢ଼ନ୍ତୁ
Chulbul Jhia

ଚୁଲ୍‌ବୁଲ୍ ଝିଅ

ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା ସ୍ୱପ୍ନ ମୋର ଭଙ୍ଗା ମନ ଝରଣା । ମନ ମୋର ଚୁଲ୍‌ବୁଲ୍ ତା’ର ନାହିଁ ଠିକଣା କେମିତି ରଖିବି ମୁଁ ମୋର ଠିକଣା । ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା ସ୍ୱପ୍ନ ମୋର ଭଙ୍ଗା ମନ ଝରଣା । ପରଦେଶୀ ଚଢ଼େଇ ମୁଁ ଖୋଜି ବୁଲେ ବସା, ସାଥୀ ଖୋଜେ ମନ ଖୋଜେ ଖୋଜେ ନୂଆ ଆଶା । ହୃଦୟ ମୋ ବାଲିଘର ସାଗରର ଢେଉ, କେବେ ଗଢ଼େ କେବେ ଭାଙ୍ଗେ…

ଅଧିକ ପଢ଼ନ୍ତୁ
Bapa Odia Poem by Sushree Sangita Sethi

ବାପା

କିଛି ନ କହି ସେ ବଜାରକୁ ଆଣି ଦିଅନ୍ତି ପାଦେ ଅଜାଡ଼ି ନ କହି ନକହି ସ୍ନେହ ଅଜାଡ଼ନ୍ତି ମନର ଭାବନାକୁ ସାଥେ ଯୋଡ଼ି । ଆକଟରେ ଦିଶେ ତାଙ୍କ ସ୍ନେହବିଡ଼ା ନଥାଏ ଓଠ ବାଣୀରେ । ବୋଉର ପଣତ ଯଦି ହୁଏ ଛତା ବାପା ତ ଦାନାପାଣିରେ । ନିଜେ ନ ପିନ୍ଧନ୍ତି ନିଜ ପାଇଁ ନୂଆ ଆମ ପାଇଁ ଭର୍ତ୍ତି ଆଲମାରୀ ସର୍ବସ୍ୱ ଦିଅନ୍ତି ଆମ ପାଇଁ ଢାଳି କେ ହେବ ବାପାଙ୍କ ସରି ! ବାପା ଅଛନ୍ତି ତ…

ଅଧିକ ପଢ଼ନ୍ତୁ
Durga

ଦୁର୍ଗା

ଶୂନ୍‌ଶାନ୍ ସନ୍ଧ୍ୟା । ମିନୁ ତରତର ହୋଇ ବଜାରରୁ ଫେରୁଥାଏ । କାଲି ପରୀକ୍ଷା ଅଛି ଯେ, ସେ ଆଡ୍‌ମିଟ୍ କାର୍ଡ଼୍ ବାହାର କରି ଆସୁ ଆସୁ ସନ୍ଧ୍ୟା ହେଇଗଲା । ୭ଟା ପାଖା ପାଖି ସମୟ, ଦୁର୍ଗା ପୂଜା ସମୟ । ରାସ୍ତାରେ ଚାଲିଥାଏ ଛାତିକୁ ପଥର କରି । କୌଣସି ଅଟୋ ରହୁନଥାଏ । ସେମିତି ଚାଲିଥାଏ ତା’ ପାଦ । ହଠାତ୍ ପଛରୁ ୩-୪ ଜଣ ଲୋକଙ୍କ ପାଦ ଶବ୍ଦ ଶୁଭିଲା, ଛାତିର ସ୍ପନ୍ଦନ ତା’ର ବଢ଼ିଲା । ବର୍ତ୍ତମାନ ସମୟର କରାଳ ଦୃଶ୍ୟ…

ଅଧିକ ପଢ଼ନ୍ତୁ