ସତ୍ୟବ୍ରତ ସାହୁ

ସତ୍ୟବ୍ରତ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Nua barasa go (ନୂଆ ବରଷ ଗୋ) Odia poem on new year by Satyabarata Sahu

ନୂଆ ବରଷ ଗୋ

ନୂଆ ବରଷ ଗୋ.. ନୂଆ ବରଷ.. ଲେଖି ରଖ ପ୍ରିୟା ପାଇଁ ଏହି ସନ୍ଦେଶ, ହସ ବା ଲୁହର ଗତ ଦିନ ସବୁ କେମିତି ବିତିଲା ମୋତେ ଲେଖିବ ପତ୍ର । ଆଜି କଥା କାଲିକି ବି ହୋଇଯାଏ ସ୍ମୃତି କେତେ ସ୍ମୃତି ସାଉଁଟିଛି ମୋ’ ପ୍ରାଣ ପ୍ରେୟସୀ ଦେବି ଉପହାର ନୂଆ ବରଷର ମନାସିଛି ତା’ ଓଠରେ ହସ.. ସିଏ ସିନା ପ୍ରେମ ଦେବୀ ମୋ’ ହୃଦ ମନ୍ଦିରେ ସାଇତା ରହିଛି ସଦା ମନ ଇଲାକାରେ ସପନ…

ଅଧିକ ପଢ଼ନ୍ତୁ
Pachhakatha

ପଛକଥା

ପଛକଥାକୁ ମନେପକାଇ ଲାଭ କ’ଣରେ ବାୟାଣୀ ଖାଲି ଦୁଃଖରେ ଛଟପଟ ହେବୁ ସିନା, ଦହଗଞ୍ଜ ହେବୁ ସିନା, ଯନ୍ତ୍ରଣା ପାଇବୁ ସିନା କହ ତ କ’ଣ ପାଇ ପାରିବୁ ତୋ’ ଇପ୍ସିତ ଆନନ୍ଦ? ମୁଁ ଜାଣେରେ ବାୟାଣୀ । ତୋ’ ପଛକଥା ତୋତେ ଜାଳିବ ବାରମ୍ବାର ତୁ ହୁଏତ ସହିପାରିବୁନି ସେ ଦହନର ଯନ୍ତ୍ରଣା । ତୁ କହତ ପାଟିରୁ ବାହାରି ଯାଇଥିବା ଶବ୍ଦ ଧନୁରୁ ବାହାରି ଯାଇଥିବା ଶର କ’ଣ ଫେରାଇ ଆଣିହେବ ! ଠିକ୍ ସେମିତି ପଛକଥାକୁ କ’ଣ…

ଅଧିକ ପଢ଼ନ୍ତୁ
Belebele

ବେଳେବେଳେ

ବେଳେବେଳେ ଆଉକା’ ଇଚ୍ଛାରେ ଇଚ୍ଛା କରି ଜୀଇଁବାକୁ ହୁଏ, ବେଳେବେଳେ କାହା ମନ ବୁଝି ମନ ନେଇ ଚଳିବାକୁ ହୁଏ । (୦) ଜୀବନ ତ ଏକ ମରୁର ବୁକୁରେ କଣ୍ଟା ଗଛଟିଏ ପରି, କେତେ ଝଡ଼ ଝଞ୍ଜା ଆସି ଚାଲିଯିବ ଜୀବନ ଯିବନି ହାରି, ବେଳେବେଳେ ଆଉକା’ ସ୍ୱପ୍ନକୁ ନିଜ ସ୍ୱପ୍ନ ଭାବିବାକୁ ହୁଏ । (୧) ଜୀବନ ତ ଏକ ପ୍ରେମ, ବିରହର ସୁଖ-ଦୁଃଖ ଚଲାପଥ, ବନ୍ଧୁର ରାସ୍ତାକୁ ପ୍ରେମ ଶ୍ରମ ଦେଇ କରିହେବ କୁସୁମିତ, ବେଳେବେଳେ…

ଅଧିକ ପଢ଼ନ୍ତୁ
Saante

ସାଆନ୍ତେ

ତମକୁ ବିଶ୍ୱାସର ସିଡ଼ି କରି ଏତେବାଟ ଚଢ଼ି ଆସିଛି ସାଆନ୍ତେ ମୋ’ ପୃଥିବୀ ଭିତରେ ତମେତ ଏକା ଜଣେ ଯିଏ ବୁଝିଛି ମୋ’ ପେଟ ଚାଖଣ୍ଡକର ଦାଉ ତମକୁ କ’ଣ ଅଜଣା ଯେ ସାଆନ୍ତେ..! ତମ ସାଆନ୍ତ ପଣର ଡାକରା ପଡ଼ିଛି ଚାରିଆଡ଼େ ତମେ ପାପୀକୁ ଦେଇପାର ମୁକ୍ତି, ଭୋକିଲାକୁ ଅନ୍ନ, ଅନ୍ଧକୁ ଚକ୍ଷୁ, ପଥରକୁ କରିଦେଇପାର ନାରୀ । ତମେ ହସିଦେଲେ ଦୁନିଆ ହସେ ତମେ ଛୁଇଁଦେଲେ ପଥର ଭାସେ ତମ ପାଖରେ କ’ଣ ଅସାଧ୍ୟ ସାଆନ୍ତେ..!…

ଅଧିକ ପଢ଼ନ୍ତୁ
Odisha - Odia Poem by Satyabrata Sahu

ଓଡ଼ିଶା

ଗୁଜୁରାଟରେ ଜନ୍ମ ହୋଇଥିବା ଇଂରାଜୀ ମିଡିୟମର ସ୍କୁଲର ଷ୍ଟାଣ୍ଡାର୍ଡ-୨ରେ ପଢ଼ୁଥିବା ମୋ ପୁତୁରା ବାପି ଭାରତ ମାନଚିତ୍ରରେ ଓଡ଼ିଶାର ସୀମାରେ ହାତ ଲଗାଇ ମୋତେ ପଚାରିଲା, “ଦାଦା, ଏଇଟା ଓଡ଼ିଶା ନା ! ଆମ ମାତୃଭୂମି ପରା ଓଡ଼ିଶା ।” ନୀଳ ଚିହ୍ନିତ ଅଂଶକୁ ହାତ ଲଗାଇ କହିଲା, “ଏଇଟା ଚିଲିକା ଆଉ ପାଖରେ ଥିବା ମନ୍ଦିରକୁ ହାତ ଲଗାଇ କହିଲା ଏଇଟା ଶ୍ରୀମନ୍ଦିର ତ ଦାଦା ! ଜଗନ୍ନାଥ ପରା ଆମ ବଡ଼ଠାକୁର ଅନେକ ମହିମା ଜଗନ୍ନାଥଙ୍କର ।” ମୁଁ ଖାଲି…

ଅଧିକ ପଢ଼ନ୍ତୁ