You are currently viewing ନୂଆ ବରଷ ଗୋ
Nua barasa go (ନୂଆ ବରଷ ଗୋ) Odia poem on new year by Satyabarata Sahu

ନୂଆ ବରଷ ଗୋ

ନୂଆ ବରଷ ଗୋ.. ନୂଆ ବରଷ.. ଲେଖି ରଖ ପ୍ରିୟା ପାଇଁ ଏହି ସନ୍ଦେଶ,
ହସ ବା ଲୁହର ଗତ ଦିନ ସବୁ କେମିତି ବିତିଲା ମୋତେ ଲେଖିବ ପତ୍ର ।

ଆଜି କଥା କାଲିକି ବି ହୋଇଯାଏ ସ୍ମୃତି
କେତେ ସ୍ମୃତି ସାଉଁଟିଛି ମୋ’ ପ୍ରାଣ ପ୍ରେୟସୀ
ଦେବି ଉପହାର ନୂଆ ବରଷର ମନାସିଛି ତା’ ଓଠରେ ହସ..

ସିଏ ସିନା ପ୍ରେମ ଦେବୀ ମୋ’ ହୃଦ ମନ୍ଦିରେ
ସାଇତା ରହିଛି ସଦା ମନ ଇଲାକାରେ
ସପନ ତାହାର କରିବାକୁ ସତ ସମର୍ପିଛି ମୋ’ ସାରା ଆୟୁଷ..

ନୂଆ ବରଷ ଗୋ.. ନୂଆ ବରଷ.. ଲେଖି ରଖ ପ୍ରିୟା ପାଇଁ ଏହି ସନ୍ଦେଶ,
ହସ ବା ଲୁହର ଗତ ଦିନ ସବୁ କେମିତି ବିତିଲା ମୋତେ ଲେଖିବ ପତ୍ର ।

– ସତ୍ୟବ୍ରତ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟବ୍ରତ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।