ମମତା ସାହୁ

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Jay Maa Laxmi (ଜୟମା' ମହାଲକ୍ଷ୍ମୀ) by Mamata Sahu

ଜୟମା’ ମହାଲକ୍ଷ୍ମୀ

ନମସ୍ତେ ମା’ ମହାଲକ୍ଷ୍ମୀ ସତ୍ୟ ସନାତନୀ ପରବ୍ରହ୍ମ ସ୍ୱରୁପିଣୀ ଜଗତ ଜନନୀ ॥ ତୋହର ଆଜ୍ଞାରେ ଚାଲେ ଏ ସାରା ଜଗତ ଦୁଃଖିଙ୍କର ଦୁଃଖ କଷ୍ଟ ନଦେଖୁ କିଞ୍ଚିତ ॥ ପଡ଼ିଦାତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନାରାୟଣୀ ପଦ୍ମାଳୟା ଯୋଗେଶ୍ଵରୀ ବିପଦ ଭଞ୍ଜନୀ ॥ ବିଷ୍ଣୁଙ୍କ ଘରଣୀ ମାଗୋ ସାଗର ଦୁହିତା ସୃଷ୍ଟି ଆରମ୍ଭରୁ ମାଗୋ ହୋଇଛୁ ସମ୍ଭୁତା ॥ ତୋ’ର ବାରବ୍ରତ ଭକତିରେ ଯେ କରଇ କୋଟି ଐଶ୍ଵର୍ଯ୍ୟ ସୁଖ ସମ୍ପଦ ଲଭଇ ॥ ତୋ’ର ଭକ୍ତିହୃଦେ…

ଅଧିକ ପଢ଼ନ୍ତୁ
Odia Poem Shubha Deepavali (ଶୁଭ ଦୀପାବଳି) by Mamata Sahu

ଶୁଭ ଦୀପାବଳି

ଆଲୋକର ପର୍ବ ଏହି ଦୀପାବଳି ବରଷକେ ଥରେ ଆସିଛି ଫେରି ॥ କାର୍ତ୍ତିକ ମାସର ଅମାବାସ୍ୟା ଦିନ ଶୁଭ ଦିପାବଳୀ ହୁଅଇ ପାଳନ ॥ ପ୍ରଦୀପ ମାଳରେ ପୁରିତ ଏ ଧରା ଉଜ୍ଜଳ ଆଲୋକ ଆନନ୍ଦ ପସରା ॥ ପଲ୍ଲୀରୁ ସହର ସବୁଠି ଚଞ୍ଚଳ ଶୋଭିତ ଧରଣୀ ଉତ୍ସାହ ସକଳ ॥ ଆତ୍ମାଦୀପ ଯେବେ ଉଠିବ ଜଳି ହଟିବ ଧରାରୁ ଅଜ୍ଞାନର କାଳି ॥ ଆସିଅଛି ବୋଲି ଶୁଭ ଦୀପାବଳି ବିରାଜିବେ ଧରାଧାମେ ମହାକାଳୀ ॥ ସଭିଙ୍କ…

ଅଧିକ ପଢ଼ନ୍ତୁ
Odia Poem Palash (ପଳାଶ) Mamata Sahu

ପଳାଶ

ନ ଥିଲେ ନ ଥାଉ ବାସ ଲୋ ପଳାଶ ଅପୂର୍ବ ତୋ’ ଲାସ୍ୟରତା ରଙ୍ଗ ଫଗୁଣରେ ଆବାହନି ତୋ’ର କଳ୍ପନାର ତୁ କବିତା ॥ ସର୍ବାଙ୍ଗ ସୁଷମା ରୂପ ତିଲୋତ୍ତମା ବୋଲି ଅଛି ତୋ’ର ଅଙ୍ଗେ ନ ଗୁଞ୍ଜେ ଭଅଁର ସଦ୍ୟ ପୁଷ୍ପ ଗୁଚ୍ଛେ ନାହିଁ ବୋଲି ବାସ ସଙ୍ଗେ ॥ ଅନ୍ତ ସୌନ୍ଦର୍ଯ୍ୟର ଐଶ୍ଵର୍ଯ୍ୟ ସମ୍ଭାର ଆକର୍ଷଣେ ପରିପୂର୍ଣ୍ଣା କୋଟି ଜନମନ ହରି ନେଉ ତୁହି ଭୁଖଣ୍ଡରେ ବହୁ ବର୍ଣ୍ଣା ॥ ଧରା ଉଦ୍ୟାନରେ ମାଖି…

ଅଧିକ ପଢ଼ନ୍ତୁ
Odia Poem Guru Bandana (ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା) by Mamata Sahu

ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା

ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର ଗୁରୁ ଜ୍ଞାନର ଭଣ୍ଡାର ଗୁରୁ ପିତା ମାତା ଗୁରୁ ଯେ ଦେବତା ଗୁରୁ ସତ୍ୟ ଶିବ ସୁନ୍ଦର ॥ ଗୁରୁ ଯେ ସଂସ୍କାର ବିଶ୍ଵାସର ଧାର ଗୁରୁ ଆଲୋକ ପ୍ରଦୀପ ଅଜ୍ଞାନ ଅନ୍ଧାର କରି ଦ୍ୟନ୍ତି ଦୂର ଜାଳନ୍ତି ଉଜ୍ୱଳ ଦୀପ ॥ ଗୁରୁ ସମସ୍ୟାର ସମାଧାନ ସୂତ୍ର ଗୁରୁ ହିଁ ଆଶା ଭରସା ଗୁରୁଙ୍କ ଶ୍ରେଣୀରେ ସମସ୍ତେ ସମାନ କରନ୍ତିନି କେବେ ନିରାଶା ॥ ଶିକ୍ଷାର୍ଥୀଙ୍କ ପାଇଁ ଶୁଭ…

ଅଧିକ ପଢ଼ନ୍ତୁ
Odia Poem Raksha Bandhan (ରକ୍ଷା ବନ୍ଧନ) by Mamata Sahu

ରକ୍ଷା ବନ୍ଧନ

ବରଷକେ ଥରେ ରକ୍ଷା ବନ୍ଧନ ଆଣିଚି ତା’ ସାଥେ କେତେ ଆନନ୍ଦ ॥ ଭଉଣୀ ବାନ୍ଧିବ ଭାଇ ହାତରେ ରାକ୍ଷୀ ନାମେ ରକ୍ଷା କବଚ ଡୋରେ ॥ ବନ୍ଧନ ଭିତରେ ରକ୍ଷା ବନ୍ଧନ ଯୋଡ଼ିଦିଏ ଭାଇ ଭଉଣୀ ମନ ॥ ଥିଲେ ଥାଉ ମନେ ଯେ ଅଭିମାନ ଭଉଣୀ ବନ୍ଧିବ ସ୍ନେହ ବନ୍ଧନ ॥ ଦୁଃଖର ଲୁହରେ ହସରେ ସୁଖି ରାକ୍ଷୀ ରହିଥାଏ ସର୍ବଦା ସାକ୍ଷୀ ॥ ଭାଇ ଭଉଣୀର ପ୍ରେମ ସମ୍ପର୍କ ଅନେକ ଫୁଲର ମଧୁ…

ଅଧିକ ପଢ଼ନ୍ତୁ