You are currently viewing ଜୟମା’ ମହାଲକ୍ଷ୍ମୀ
Odia Poem Jay Maa Laxmi (ଜୟମା' ମହାଲକ୍ଷ୍ମୀ) by Mamata Sahu

ଜୟମା’ ମହାଲକ୍ଷ୍ମୀ

ନମସ୍ତେ ମା’ ମହାଲକ୍ଷ୍ମୀ ସତ୍ୟ ସନାତନୀ
ପରବ୍ରହ୍ମ ସ୍ୱରୁପିଣୀ ଜଗତ ଜନନୀ ॥

ତୋହର ଆଜ୍ଞାରେ ଚାଲେ ଏ ସାରା ଜଗତ
ଦୁଃଖିଙ୍କର ଦୁଃଖ କଷ୍ଟ ନଦେଖୁ କିଞ୍ଚିତ ॥

ପଡ଼ିଦାତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନାରାୟଣୀ
ପଦ୍ମାଳୟା ଯୋଗେଶ୍ଵରୀ ବିପଦ ଭଞ୍ଜନୀ ॥

ବିଷ୍ଣୁଙ୍କ ଘରଣୀ ମାଗୋ ସାଗର ଦୁହିତା
ସୃଷ୍ଟି ଆରମ୍ଭରୁ ମାଗୋ ହୋଇଛୁ ସମ୍ଭୁତା ॥

ତୋ’ର ବାରବ୍ରତ ଭକତିରେ ଯେ କରଇ
କୋଟି ଐଶ୍ଵର୍ଯ୍ୟ ସୁଖ ସମ୍ପଦ ଲଭଇ ॥

ତୋ’ର ଭକ୍ତିହୃଦେ ନିତି ରଖେ ଯେହୁ ପ୍ରାଣୀ
ତା’ ଗୃହରେ ନିତ୍ୟବାସ କରୁଗୋ ଜନନୀ ॥

ଦୁଃଖ ନିବାରିଣୀ ଲକ୍ଷ୍ମୀ ପଦ୍ମ ନିବାସିନୀ
ସବୁ ତୋ’ର ଖେଳା ଲୀଳା ଏ ସଂସାରେ ପୁଣି ॥

ସହସ୍ର ତୋ’ ନାମ ମାଗୋ ଦେବ ଅଗୋଚର
ତୋହର ମହିମା ମାଗୋ ନାହିଁ ପଟାନ୍ତର ॥

ସବୁ ତ ତୋହରି ଦାନ ଏ ସାରା ସଂସାର
ତୁହି ପିତା ମାତା ରକ୍ଷାକର୍ତ୍ତା ସହୋଦର ॥

କରୁଛି ବିନତି ମାଗୋ ବାଇଠାକୁରାଣୀ
କର ଯୋଡ଼ି ଜଣାଉଛି ତୋ ପାଦେ ଦୟିନୀ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।