ଦିନବନ୍ଧୁ ବେଜ

ଦିନବନ୍ଧୁ ବେଜ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Jubakrantira Masal (ଯୁବକ୍ରାନ୍ତିର ମଶାଲ) by Dinabandhu Bej

ଯୁବକ୍ରାନ୍ତିର ମଶାଲ

ଯୁବକ୍ରାନ୍ତିର ମଶାଲ ସଂସ୍କୃତି ପରମ୍ପରାର ଠିକଣା, ଦିଗନ୍ତ ପ୍ରସାରୀ ଡେଣା ପ୍ରାଚ୍ୟରୁ ପାଶ୍ଚାତ୍ୟକୁ କଲ ଉଡ଼ାଣ । ଧର୍ମ ଧାରଣର ଉର୍ଦ୍ଧ୍ୱରେ ବିଶ୍ଵବାସୀଙ୍କୁ କରାଇ ସ୍ମରଣ ଅନୁଭବ କରାଇଲ ହିନ୍ଦୁତ୍ଵର ଗଭୀରତା ଓ ଗାଢ଼ତା ଧର୍ମ ସଂସ୍ଥାପନର ଖମ୍ବ ମଜବୁତ କରାଇଲ ସ୍ୱାମୀ ବିବେକାନନ୍ଦ । ଯୁବକ୍ରାନ୍ତି କଲ ବିଶ୍ଵ ଆଧ୍ୟାତ୍ମକୁ ମହାକୁମ୍ଭ ମଧ୍ୟରେ ସୂର୍ଯ୍ୟସ୍ନାନ, ହେ ଯୁବ ପ୍ରତିଭାର ଆଦ୍ୟ ପ୍ରଣମ୍ୟ ଜାତୀୟ ଯୁବ ଦିବସରେ ତୁମ୍ଭକୁ କରୁଛି ଶତକୋଟି ନମନ । – ଦୀନବଂଧୁ…

ଅଧିକ ପଢ଼ନ୍ତୁ
Odai Poem on Sangrami Khudiram (ସଂଗ୍ରାମୀ ଖୁଦୀରାମ) by Dinabandhu Bej

ସଂଗ୍ରାମୀ ଖୁଦୀରାମ

ଦେଶ ମାତୃକାର ଶୃଙ୍ଖଳ ଦେଖି ଲୋତକ ବହିଲା ଝରଝର, କିଏ ନରାଧାମ ମୋ’ରି ଦେଶକୁ ଶୋଷଣେ କରିଛି ଛାରଖାର । କିଶୋର କଣ୍ଠରୁ ଝଙ୍କୃତ ହେଲା ଭାରତ ମାତାର ଜୟ ଗାନ, ଦେଶମାତୃକା ଦୀର୍ଘଜୀବି ସହ ଦେଶ ରହିବ ହୋଇ ମହାନ । ମୋ ଦେଶର ଆମେ ବଡ଼ଭକ୍ତ ଦେଶ ମାତୃକାର ଆମେ ପୂଜକ, ଶତ୍ରୁ ଦମନ ସମୂଳେ କରିବୁ ଯୁଗେଯୁଗେ ଥିବ ଦେଶଟେକ । ହୃଦରେ ଭରିଛୁ ଦେଶ ପ୍ରେମ ମାତୃଭୂମି ପ୍ରତି ସମର୍ପଣ ଭାବ,…

ଅଧିକ ପଢ଼ନ୍ତୁ
Odia Poem Niraba Nihana (ନିରବ ନିହାଣ) by Dinabandhu Bej

ନିରବ ନିହାଣ

ଦ୍ଵିତୀୟ କୋଣାର୍କ ଗଢ଼ିବା ଆସ୍ପର୍ଦ୍ଧା କରିଥିଲ ହେ ଶିଳ୍ପୀଗୁରୁ ରଘୁନାଥ, ଶିଳ୍ପୀ କୂଳର ଚନ୍ଦ୍ରଉଦିଆ ହୋଇ କଳାଭାସ୍କର୍ଯ୍ୟ କରିବାକୁ ରୁଦ୍ଧିମନ୍ତ । ତୁମ ଉଦୟର ପୂର୍ବ ଦିଗର ଆଭା ଝଟକିଲା ମୁକୁତା ସମାନ ହୋଇ, ତୁମ ନିଖୁଣ ନିହାଣ ମୂନର କଳା ନିର୍ଜିବକୁ ଦେଲା ସଜୀବ ସଜାଇ । ମୁଗୁନି ପଥର ହାତ ସ୍ପର୍ଶରେ ତୁମର ଅହଲ୍ୟା ସମ ହୋଇଗଲେ ସୁନ୍ଦରୀ, କେତେ ଗଛଲତା ମନ୍ଦିର ପ୍ରାଙ୍ଗଣରେ କହନ୍ତି ପକ୍ଷୀଏ ଏହିକଥା ଝୁରି ଝୁରି । ପ୍ରତିମାଙ୍କୁ…

ଅଧିକ ପଢ଼ନ୍ତୁ
maa-tume

ମାଆ ତୁମେ

ମାଆ ତୁମେ ମମତାର ଅସୀମ ପ୍ରେମର ସିନ୍ଧୁ, ତୁମେ ଗନ୍ତାଘର ପବିତ୍ର ସ୍ନେହର ଅସଂଖ୍ୟ ବିନ୍ଦୁ । ମାଆ ତୁମେ ବେଦନାକୁ ଜିତ ପ୍ରସବର କାଳେ, ଭୁଲି ଯାଅ ତତ୍ କ୍ଷଣାତ ଶିଶୁ ପାଇ କୋଳେ । ମାଆ ତୁମେ କ୍ଷୁଧାର ଦେବୀ ଏଡ଼ାଅ ଭୋକରୁ, ଥନରୁ ଅମୃତ ଦେଉ ଶିଶୁ ମୁଖେ ନିଜ ଶରୀରରୁ । ମାଆ ତୁମେ ସହନ ଶ୍ରେଷ୍ଠା ବୈଧବ ଯାତନା, ଭାଙ୍ଗି ପାରେନା ଦମ୍ଭ ତୁମ ତୁମେ ଦୃଢ଼ମନା । ମାଆ…

ଅଧିକ ପଢ଼ନ୍ତୁ
huanahi-pustaka-kita

ହୁଅ ନାହିଁ ତୁମେ ପୁସ୍ତକ କୀଟ

ଜୀବନଟା ଏକ ଖୋଲା ପୁସ୍ତକ ଝୁଣ୍ଟି ଝୁଣ୍ଟି ପଢ଼ୁ ସଂସାର ପାଠ । ନାନା ଦୁର୍ଘଟଣା ବତାଏ ବାଟ ଲୋଡ଼ା ପଡ଼ିଥାଏ ନିଶୁଆ ପାଠ । ଆମେ ଭାବୁ ସବୁ ବହିରେ ଅଛି ଢକ ଢକ କରି ପିଇ ଯାଉଛି । ପାଠକୁ ପିଲାଏ ବାଟିକି ଘୋଷି ଜଳବତ ତରଳ ପିଇ ଦିଅନ୍ତି । ପ୍ରଶ୍ନ ନପଚାରୁଣୁ ଉତ୍ତର କହେ ସଂସାର ପାଠରେ ପଛେଇଯାଏ । ଭୀରୁପରି କିଳି ଦାଣ୍ଡ କବାଟ ପାଳନ କରେ ସେ ମୌନବ୍ରତ…

ଅଧିକ ପଢ଼ନ୍ତୁ