ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।

Odia Poem Pana Sankranti (ପଣା ସଂକ୍ରାନ୍ତି) by Dibyashree Biswabandya Jena

ପଣା ସଂକ୍ରାନ୍ତି

ବିଦାୟ ନେଲେ ଋତୁ ବସନ୍ତ ନୂତନ ଅବ୍ଦର କରି ପ୍ରବର୍ତ୍ତନ ସୌର ବୈଶାଖର ପହିଲି ଦିନ ବିଶୁବେ ସୂର୍ଯ୍ୟ କଲେ ଅବସ୍ଥାନ ଦିନ ମହାବିଷୁବ ସଂକ୍ରାନ୍ତି ଗ୍ରୀଷ୍ମ ଋତୁ ସେଦିନୁ ପ୍ରବେଶନ୍ତି ପ୍ରଥା ପରମ୍ପରା ଉତ୍କଳୀୟ ରୀତି ପଣା ନାମେ ସେ ପଣା ସଂକ୍ରାନ୍ତି ତେଜ ବଢ଼ାଇଲେ ଅରୁଣ ଘୋର ନିଦାଘ ଦାରୁଣ ବସାଇ ଓଡ଼ିଆ ବସୁନ୍ଧରା ଠେକି ଇନ୍ଦ୍ରେ ମନାସେ ସହଳ ବୃଷ୍ଟି । – ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନାଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା…

ଅଧିକ ପଢ଼ନ୍ତୁ
Kie Tu Stree (କିଏ ତୁ, ସ୍ତ୍ରୀ?) Odia Poem by Dibyashree Biswabandya on International Women's Day

କିଏ ତୁ, ସ୍ତ୍ରୀ?

ଆବିର୍ଭାବ ପୂର୍ବରୁ ପ୍ରଶ୍ନ, ଦୁନିଆରେ ନେବି ଜନ୍ମ ଅଥବା ହଜିଯିବ ଚିହ୍ନ? ଜନ୍ମ ନେଲି ହୋଇ ସ୍ତ୍ରୀ ଖଞ୍ଜି ହୋଇ ସବୁ ଶ୍ରୀ । ପରିଚୟ ବଂଶ ଆଭିଜାତ୍ୟର, ପରିଚୟ ଶିକ୍ଷା ସଂସ୍କାରର ସ୍ତ୍ରୀ, କାହିଁ ତୋ’ର ପରିଚୟ? କେବେ ବାବାର ଅଭିମାନ, କେବେ ସ୍ଵାମୀର ସମ୍ମାନ ସ୍ତ୍ରୀ, କାହିଁ ତୋ’ର ମାନ? ବୋଲାଉ ଯାହାକୁ ଘର, ରକ୍ତ ଶ୍ଵେଦ ଦେଇ କରୁ ସୁନ୍ଦର, ହେଉ ବାପଘର ଅବା ଶାଶୁଘର ସ୍ତ୍ରୀ, କାହିଁ ତୋ’ର ନିଜ ଘର?…

ଅଧିକ ପଢ଼ନ୍ତୁ
Mun Kie

ମୁଁ କିଏ?

ମୁଁ, ମୁଁ ଆଦ୍ୟଚିରନ୍ତିନୀ ଜନନୀ, ଜାୟା, ଭଗିନୀ ସୃଷ୍ଟିକର୍ତ୍ତ୍ରୀ, ତ୍ରାଣକର୍ତ୍ତ୍ରୀ ମୁଁ ମଧ୍ୟ ସଂହାରକର୍ତ୍ତ୍ରୀ । ମୁଁ, ଜୀବନଯାତ୍ରାରେ ମୁଁ ଏକ ନାୟିକା ମୁଁ ଦୁହିତା, ନିଭାଏ କେବେ ଝିଅ ତ କେବେ ବଧୂର ଭୂମିକା । ମୁଁ, ରୋଷଘର ଝରକା ଫାଙ୍କରୁ ଦିଶୁଥିବା ହାତେ ଲମ୍ବାର ଓଢ଼ଣା ଟାଣିଥିବା ସେହି ଝାପସା ମୁହଁ । ମୁଁ, ଗବେଷଣାଗାରର ସେ ବିଜ୍ଞାନୀ ଓ.ଟି.ରେ ପ୍ରାଣ ରକ୍ଷାକାରୀ ସର୍ଜନ ମୁଁ ମଧ୍ୟ ଅନେକ ଉଦ୍ଭାବନାର ଜନନୀ । ମୁଁ,…

ଅଧିକ ପଢ଼ନ୍ତୁ
Jibana Tathapi Achhi Baki

ଜୀବନ ତଥାପି ଅଛି ବାକି

ବଡ଼ବୋଉ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି । ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ, ସେ କେତେ କଥା ଗପିଯାଏ ମୋ ଆଗରେ । ମୁଁ ସେମିତି ବସି ଶୁଣୁଥାଏ । ଆଜି ବଡ଼ବୋଉ ନଥିଲେ ବି ତା’ କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡ଼ିଯାଏ । ଥରେ ସିଏ କହିଥିଲା, “ଆତ୍ମହତ୍ୟା ମହାପାପ । କେବେ ଆତ୍ମହତ୍ୟା କରିବା ଅନୁଚିତ ।” ଆଜି ଯେତେବେଳେ ଭାବେ, ଭାବେ କି କେତେ ସହଜରେ…

ଅଧିକ ପଢ଼ନ୍ତୁ