You are currently viewing ପଣା ସଂକ୍ରାନ୍ତି
Odia Poem Pana Sankranti (ପଣା ସଂକ୍ରାନ୍ତି) by Dibyashree Biswabandya Jena

ପଣା ସଂକ୍ରାନ୍ତି

ବିଦାୟ ନେଲେ ଋତୁ ବସନ୍ତ
ନୂତନ ଅବ୍ଦର କରି ପ୍ରବର୍ତ୍ତନ

ସୌର ବୈଶାଖର ପହିଲି ଦିନ
ବିଶୁବେ ସୂର୍ଯ୍ୟ କଲେ ଅବସ୍ଥାନ

ଦିନ ମହାବିଷୁବ ସଂକ୍ରାନ୍ତି
ଗ୍ରୀଷ୍ମ ଋତୁ ସେଦିନୁ ପ୍ରବେଶନ୍ତି

ପ୍ରଥା ପରମ୍ପରା ଉତ୍କଳୀୟ ରୀତି
ପଣା ନାମେ ସେ ପଣା ସଂକ୍ରାନ୍ତି

ତେଜ ବଢ଼ାଇଲେ ଅରୁଣ
ଘୋର ନିଦାଘ ଦାରୁଣ

ବସାଇ ଓଡ଼ିଆ ବସୁନ୍ଧରା ଠେକି
ଇନ୍ଦ୍ରେ ମନାସେ ସହଳ ବୃଷ୍ଟି ।

– ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।