You are currently viewing ନୂଆ ବରଷ, ତୁମେ ଆସିଛ
Odia Poem Nua Barasa Tume Asichha (ନୂଆ ବରଷ, ତୁମେ ଆସିଛ) by Sarmistha Malla on Odia New Year and Pana Sankranti

ନୂଆ ବରଷ, ତୁମେ ଆସିଛ

ନୂଆ ବରଷ, ତୁମେ ଆସିଛ
ପାଦ ଥାପି ଥାପି, ନେଇ ନୂଆ ଅଭିଳାଷ,
କଅଁଳ ଖରାରେ, ବୈଶାଖ ସ୍ପର୍ଶରେ
ବିହଙ୍ଗମ କଲରବେ, ଆସିଛ ତୁମେ ନବ ବରଷ ।

ନୂଆ ବରଷର ଆକାଶ ଆଜି
ଲାଗୁଛି ନୂଆ ନୂଆ
ନୂଆ ବରଷର ଏ ମଳୟ ପବନ
ଲାଗେ ଆଜି ନୂଆ ନୂଆ ।

ନୂଆ ବରଷର ନୂତନ ସକାଳେ
ଉଦୟ ହେଲେଣି ରବି
ସ୍ୱାଗତ କରିବାକୁ ତାଙ୍କୁ
ସଜବାଜ ହେଲେଣି ବିହଙ୍ଗମ ରାବି ରାବି ।

ହେ ନବ ବରଷ, ଦେଖ ତୁମ ଆଗମନେ
କେମିତି ମୁଖରିତ ଚତୁର୍ଦ୍ଦିଗ
ଦେଖ ସେ ରକ୍ତଜବା ଗୋଲାପର କଅଁଳ କଢ଼ିଟି
କେମିତି ଫୁଟିବା ସମ୍ଭାବନାରେ ଶୀହରିତ ।

ବିଭୁ ପଦାରବିନ୍ଦରେ ଏତିକି ବିନତି
ଏ ଅଲେଖା ପୃଷ୍ଠାରେ ଦିଅନ୍ତୁ ଭରି
ନୂତନ ବର୍ଷର ନବ କଳେବରରେ
ସ୍ନେହ, ପ୍ରେମ, କରୁଣାର ଧାରା ଯାଉ ବହି ।

ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶର୍ମିଷ୍ଠା ମଲ୍ଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।