You are currently viewing ସ୍ମୃତି ତୁମେ
Odia Poem Smruti Tame (ସ୍ମୃତି ତୁମେ) by Jyotirmayee Ojha (ଜ୍ୟୋତିର୍ମୟୀ ଓଝା)

ସ୍ମୃତି ତୁମେ

ପାହାନ୍ତି ଆକାଶେ କୁଆଁତାରା
ନୀଳ ସମୂଦ୍ରର ଉର୍ମିମାଳା
ପୁନେଇଁ ଆକାଶ ଗୋଲଜହ୍ନ
ଭସା ବାଦଲର ବର୍ଷା ଝରା…

ଅନ୍ଧାର ରାତିରେ କୁନିତାରା
ବର୍ଷାରେ ଧରଣୀ ଶଶାଗରା
ମାଦକି ଆଖିରେ ସ୍ୱପ୍ନ ଭରା
ଥାଉ ଯେ ଆନନ୍ଦ କୋହ ପରା…

ନିର୍ଜନ କାନନେ ଭୟପୂର୍ଣ୍ଣ
ମଧ୍ୟାହ୍ନ କାଳେ ଯେ ଦିବାସ୍ୱପ୍ନ
ହୃଦୟ ହେଉ ବା ହେଉ ମନ
ନିଇତି ଆସ ଯେ ରାତିଦିନ…

ନିର୍ଜନତା ଦୃପ୍ତ କୋଳାହଳ
ଶୋକବାଦ୍ୟ କି କି ବଂଶୀସ୍ୱର
ଶୀତଳ ସମୀର, ମେଘ ମହ୍ଲାର
ନିତୀ ଆସ ଯେହ୍ନେ ଭାବଝର…

ଅବାଧେ ଖୋଲି ମୋ ହୃଦ ଦ୍ୱାର
ବିରାଜନ କର ଏ ମୋ ମନେ…
ସ୍ମୃତି ତୁମେ… ସ୍ମୃତି ତୁମେ… ସ୍ମୃତି ତୁମେ…

– ଜ୍ୟୋତିର୍ମୟୀ ଓଝା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତିର୍ମୟୀ ଓଝା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।