You are currently viewing ବିନତୀ ମୋ ଘେନ
Odia Poem Binati Mo Ghena (ବିନତୀ ମୋ ଘେନ) by Rashmimayee Pati

ବିନତୀ ମୋ ଘେନ

ଭିନ୍ନ ଏକ କୁରୁକ୍ଷେତ୍ର ଭିନ୍ନ ବାସୁଦେବ,
ମଝି ଦାଣ୍ଡେ ଚାଲେ ଯା’ର ନିତି କେତେ ଯୁଦ୍ଧ ।
ଅଧର୍ମର ବିକଟାଳ ହସରେ କମ୍ପୁଚି,
ପରାଜୟ ଭୋଗେ ଧର୍ମ ଲୁଚାଇ କାନ୍ଦୁଚି ।
ପାପ ହିଂସାର ବିଜୟ ପତାକା ଉଡ଼ୁଛି,
ବେଳାଳସେନ ଆଖିରେ ଧର୍ମ ଯେ ଦେଖୁଚି ।
ଘେନା କର ମୋ ବିନତୀ ପ୍ରଭୁ ବାସୁଦେବ,
ପ୍ରେରଣ କର ତୁମର ସୁଦର୍ଶନ ଚକ୍ର ।
ଛେଦନ କରୁ ସେ ପାପ ହିଂସାର ଗର୍ଦ୍ଦନ,
ବିଳମ୍ବ ନ କର ପ୍ରଭୁ କର ଉଦ୍ଧାରଣ ।

– ରଶ୍ମିମୟୀ ପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମିମୟୀ ପତି ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ଅନେକ ସାହିତ୍ୟ ସଂସ୍ଥା ପକ୍ଷରୁ ତାଙ୍କୁ ଅତୀତରେ ସମ୍ମାନୀତ କରାଯାଇଛି ।