ବିନୟ ମହାପାତ୍ର

ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍‌ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।

barasa-badalijaye

ବରଷ ବଦଳିଯାଏ

ବର୍ଷ କେତେ ଆସିଲେ, କେତେ ଗଲେ, କିଛି ତା’ର ହିସାବ ମିଳେନା, ପ୍ରତିବର୍ଷ ବୈଶାଖ ଆସିଲା, ବର୍ଷା ଆଉ ତା’ପଛେ ପଛେ ବସନ୍ତ ବି କାଳେ ଭୁଲିଯିବି, ଲେଖିନେଲି ସବୁକିଛି ସ୍ମୃତି ଡାରିରୀରେ, ବହୁତ ଜରୁରୀ ଘଟଣା ସବୁ ଟିପିନେଲି, ଆଉ ମାମୁଲି ଘଟଣା ଯେତେ ଏଇମିତି ଭୁଲିଗଲି । କିନ୍ତୁ ବର୍ଷ ଶେଷେ, ପୁରୁଣା ଡାଇରୀ ଯେତେ ସବୁ ହଜିଯାଏ ମୋଟା ମୋଟି କଥା, ପୁରୁଣା ଦିନମାନଙ୍କର ହିସାବ ମିଳେନା ନୂଆଦିନ ନୂଆବର୍ଷ ମନ କିଣିନିଏ…

ଅଧିକ ପଢ଼ନ୍ତୁ
shunyata-re-purnata

ଶୂନ୍ୟତାରେ ପୂର୍ଣ୍ଣତା

ଟିକିଏ ନିରବି ଯାଅ, ନିଶବ୍ଦରେ ଶୁଣ, ସ୍ପଷ୍ଟ ଶବ୍ଦ ‘ନିଶବ୍ଦତା’ର । ଏବଂ ‘କିଛି ନାହିଁ’ର ବ୍ରହ୍ମାଣ୍ଡରେ, ଶୁନ୍ୟତାରେ, ‘ପୂର୍ଣ୍ଣତା’କୁ ଅନୁଭବ କର । ଆଖି ବନ୍ଦକର ଏବଂ ଦେଖ, ‘କିଛି ନାହିଁ’ର ଏ ସୃଷ୍ଟି କିପରି ସୃଜନରେ ବ୍ୟସ୍ତ । ଶୂନ୍ୟ କେବଳ ‘କିଛି ନଥିବାର’ ପରିଭାଷା ନୁହେଁ, ଶୁନ୍ୟ ‘ସବୁ କିଛି’ ଥିବାର ଆଭାସ । ସବୁ କିଛି ଦୃଶ୍ୟ ନୁହେଁ ଏଠି, ହେଲେ, ସବୁ କିଛି ଦେଖିବାର ଆଶା । କିନ୍ତୁ, ନୟନ…

ଅଧିକ ପଢ଼ନ୍ତୁ
luchakali

ଲୁଚକାଳି

ବହୁତ ହୋଇଗଲା ବନ୍ଧୁ, ଏଇ ଛୁପାଛୁପି ଲୁଚକାଳି ଖେଳ, ମୁଁ ତୁମକୁ ଖୋଜୁଛି ଆଉ ତୁମେ ମୋତେ, ଏବେ ତ’ ଏ ଖେଳ ବନ୍ଦକର । ଟିକେ ଆସନ୍ତନି ! ମୋ ପାଖରେ ବସନ୍ତ, ଦି ପଦ ଦୁଃଖ ସୁଖ ହୁଅନ୍ତେ । ତା’ ପରେ ତୁମେ ତୁମ ବାଟରେ, ଆଉ ମୁଁ ମୋ ବାଟରେ ନିଜ ଘରକୁ ଫେରନ୍ତେ । ହେଲେ, ଫେରିବାର ବାଟ ତ’ ଗୋଟିଏ, ଗନ୍ତବ୍ୟ ବି ଗୋଟିଏ । ମୁଁ ତ…

ଅଧିକ ପଢ଼ନ୍ତୁ
sesha-katha

ଶେଷ କଥା

କିଏ ଜାଣିଛି ଆଉ ଥରେ ଆସିବା, ହେବ ଅବା ନାହିଁ? ଯଦି ବି ଫେରିଆସେ, କିଏ ଜାଣିଛି, କେଉଁଠି, କେମିତି, କି ଭାବେ ଆସିବି? ତୁମ ସହ ଆଉଥରେ ଦେଖାହେବ ଅବା ନାହିଁ? ସେଥି ପାଇଁ କହୁଛି, ଯାହା ଦବା ନବା କଥା ଏଇ ଥରରେ ସାରି ଦିଅ, ଯାହା କହିବା ଶୁଣିବା କଥା ଶୁଣି ଯାଅ ଆଉ ଶୁଣେଇ ଯାଅ, ଆଉ ଥରେ ମଉକା ମିଳିବ କି ନାହିଁ । ଯିବାଟା ତ ସୁନିଶ୍ଚିତ, ପୁଣି…

ଅଧିକ ପଢ଼ନ୍ତୁ
banaspati

ବନଷ୍ପତି

ଧୂଳି ମାଟି କଙ୍କରିତ ଏଇ ଧୁସର ଧରିତ୍ରୀକୁ ତୁମେଇ ତ, ସବୁଜିମାରେ ଭରିଦେଲ । ଏ ଧୂସର ଧରିତ୍ରୀକୁ ତୁମରି ରଙ୍ଗରେ ରଙ୍ଗେଇ ଦେଲ, ତୁମରି ନବ କିଶଳୟ, ତୁମରି ପୁଷ୍ପ ସମ୍ଭାରରେ କେତେଯେ ରଙ୍ଗ ବିଛାଡିଗଲ, ପ୍ରାଣେ ପ୍ରେମ ତୁମେଇ ତ ଭରିଦେଲ । ପ୍ରାଣେ ପ୍ରାଣବାୟୁ ତୁମେଇ ତ ଦେଲ, ଅନ୍ନମୟ ପିଣ୍ଡେ ପ୍ରତି କୋଷୀକାରେ, ତୁମେତ ବୋହୁଛ ପ୍ରତିକ୍ଷଣ ପ୍ରତି ମୁହୁର୍ତ୍ତରେ, ପ୍ରତିଟି ପ୍ରାଣୀର ପ୍ରତିଟି ନିଶ୍ୱାସକୁ ତୁମେ ତ ରୁଣି କରିଦେଲ…

ଅଧିକ ପଢ଼ନ୍ତୁ