ବସନ୍ତ କୁମାର ପ୍ରଧାନ

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Odia Poem Bande Utkala Mata (ବନ୍ଦେ ଉତ୍କଳ ମାତା) by Basanta Kumar Pradhan

ବନ୍ଦେ ଉତ୍କଳ ମାତା

ବନ୍ଦେ ଉତ୍କଳ ମାତା ବନ୍ଦେ ଉତ୍କଳ ମାତା ସବୁଜ ସୁନ୍ଦର ଚାରୁ ଶୋଭାମୟୀ ପୁଣ୍ୟ ତୀର୍ଥମୟୀ ମାତା । କଳା ସଂସ୍କୃତିରେ ଅଟୁ ତୁ ମହାନ ଭାଷା ଭିତ୍ତିରେ ତୋହରି ଗଠନ, ଏକତ୍ମତାରେ ହିଁ ତୋହରି ଅସ୍ତିତ୍ୱ ବଞ୍ଚିଛି ଉତ୍କଳୀୟତା । ବନ୍ଦେ ଉତ୍କଳ ମାତା । ପରାକ୍ରମଶାଳୀ ତୋ’ ସନ୍ତାନଗଣ କେ’ ଭୁଲି ପାରିବ ଯେତେ ତାଙ୍କ ଦାନ ଗଙ୍ଗାଠାରୁ ଗୋଦାବରୀ ତୋ’ ବିସ୍ତୃତି ଧର୍ମର ଆଧାରଭୁତା । ବନ୍ଦେ ଉତ୍କଳ ମାତା । କେତେ ଜ୍ଞାନୀଗୁଣୀ ତୋ’ର ସୁତସୁତା ବିଶ୍ୱ ଦରବାରେ…

ଅଧିକ ପଢ଼ନ୍ତୁ
Odia Poem Deshatmabodha (ଦେଶାତ୍ମବୋଧ) by Basanta Kumar Pradhan for Independence Day

ଦେଶାତ୍ମବୋଧ

ଦେବଭୂମି ଏ ବେଦଭୂମି ଏହି ମୋ ଭାରତବର୍ଷ, ଯୁଗ ଯୁଗ ଧରି ଗଙ୍ଗା ଯମୁନା ଗାଇଯାଏ ଯା’ର ଯଶ ।୦। ନୀଳ ପାରାବାର ଧୁଏ ଯା’ ପୟର ହିମାଳୟ ଶୋହେ ମସ୍ତକେ ଯାହାର, କଟିରେ ଯାହାର ବିନ୍ଧ୍ୟ ଗିରିବର କରେ ଶୋଭା ପରକାଶ ଏହି ମୋ ଭାରତବର୍ଷ ।୧। ସଂସ୍କୃତି ଯାହାର ପବିତ୍ର ମହାନ କାଶୀ ବାରଣାସୀ ଗୟା ବୃନ୍ଦାବନ, ପୁରୀ ରାମେଶ୍ୱର ତୀର୍ଥକ୍ଷେତ୍ର ଯା’ର ଧୁଅଇ ପାପ କଳୁଷ ଏହି ମୋ ଭାରତବର୍ଷ ।୨। ଧରମ କରମ ଯହିଁ ସମନ୍ୱୟ…

ଅଧିକ ପଢ଼ନ୍ତୁ
Odia Poem Hasichhi aji basanta (ହଜିଛି ଆଜି ବସନ୍ତ) by Basant Kumar Pradhan

ହଜିଛି ଆଜି ବସନ୍ତ

ଫଗୁଣଟା ଆଜି ଫିକା ପଡ଼ିଅଛି ନ ଝରଇ ଆଉ ମହୁ, ମନକୁ ମୋହିତ କରିପାରୁ ନାହିଁ ଆଜି କୋଇଲିର କୁହୁ ।୧। ବଉଳ ବାସନା ପାରୁନାହିଁ ଆଉ ମନ କରି ଆନ ମନା, ଆତ୍ମହତ୍ୟା ଏଠି କଲାଣି ମଳୟ ଲଭି ଗ୍ରୀଷମ ଯାତନା ।୨। କାହିଁ ଗଲା ସେହି ପୂର୍ବର ସୌନ୍ଦର୍ଯ୍ୟ ଭରେ ନାହିଁ ଶିହରଣ, ୠତୁରାଜ ପଦ ହରାଇବା ଭୟ ଗ୍ରାସିଛି ବସନ୍ତ ମନ ।୩। କାହିଁ ସେ ଫଗୁଣ ରଙ୍ଗର ପସରା ସପନ ଭିଜା ଜୀବନ, ନିରାନନ୍ଦରେ ଦୋଳ…

ଅଧିକ ପଢ଼ନ୍ତୁ
Durgati Nasini

ଦୁର୍ଗତି ନାଶିନୀ

ଜୟ ମାତ ଦଶଭୁଜା ଦୁର୍ଗତି ନାଶିନୀ ଦୁର୍ଗା ଚଉଦିଗେ ଉଡ଼ାଅ ମା’ କୀରତି ଧ୍ୱଜା, ଲୋକପିୟ ହିନ୍ଦୁ ଦେବୀ ମହିମା କିବା ବର୍ଣ୍ଣିବି ସଙ୍କଟ କାଳରେ ତୋର ପଡ଼ଇ ଖୋଜା । ତୁମପାଇଁ ପ୍ରକୃତିର କି ସାଜସଜ୍ଜା, ଶରତ ଚାରୁ ସମ୍ଭାରେ ପାଉ ମା ପୂଜା ।୧। ଜୟ ମାତ କାତ୍ୟାୟନୀ ମହିଷାସୁର ମର୍ଦ୍ଦିନୀ ଦିବ୍ୟାଅସ୍ତ୍ର ଧାରିଣୀ ଦିବ୍ୟରୂପା ଜନନୀ , ଦୁଷ୍ଟଶକ୍ତି ବିନାଶିନୀ ଖଣ୍ଡା ଖର୍ପର ଧାରିଣୀ ଶୁମ୍ଭ ନିଶୁମ୍ଭ ଘାତିନୀ ସିଂହବାହିନୀ, ରୋଗ ଶୋକ ଭୟ ହାରିଣୀ,…

ଅଧିକ ପଢ଼ନ୍ତୁ
Shree Jagannath

ଶ୍ରୀ ଜଗନ୍ନାଥ

ଆହେ ଜଗନ୍ନାଥ ଅବ୍ୟକ୍ତ ଅନନ୍ତ ମହିମା ତୁମର କେ’ ପାରିବ କହି ! ତୁମେ ଦୀନବନ୍ଧୁ କରୁଣାର ସିନ୍ଧୁ ପତିତପାବନ ତୁମେ ଭାବଗ୍ରାହୀ ।୧। ସକଳ ଧର୍ମର ସମନ୍ୱୟ ତୁମେ ବିଶ୍ୱର ବିସ୍ମିତ ଆରାଧ୍ୟ ଦେବତା, ଦାରୁବ୍ରହ୍ମ ରୂପେ ଖଣ୍ଡିତ ରୂପରେ ପୂଜା ପାଉଅଛ ହେ ପରମ ପିତା ।୨। କିଏ କହେ ତୁମେ ମାଦଳା ଠାକୁର ନାହିଁ ହାତ ଗୋଡ଼ ପାଟିକର୍ଣ୍ଣ କିଛି, ତଥାପି ତ ତୁମେ ସବୁ କରୁଅଛ ତାହାଠାରୁ କିବା ବିସ୍ମୟ ଅଛି ।୩। ପରମପୁରୁଷ ପରଂବ୍ରହ୍ମ ତୁମେ…

ଅଧିକ ପଢ଼ନ୍ତୁ