You are currently viewing ବନ୍ଦେ ଉତ୍କଳ ମାତା
Odia Poem Bande Utkala Mata (ବନ୍ଦେ ଉତ୍କଳ ମାତା) by Basanta Kumar Pradhan

ବନ୍ଦେ ଉତ୍କଳ ମାତା

ବନ୍ଦେ ଉତ୍କଳ ମାତା
ବନ୍ଦେ ଉତ୍କଳ ମାତା
ସବୁଜ ସୁନ୍ଦର ଚାରୁ ଶୋଭାମୟୀ
ପୁଣ୍ୟ ତୀର୍ଥମୟୀ ମାତା ।

କଳା ସଂସ୍କୃତିରେ ଅଟୁ ତୁ ମହାନ
ଭାଷା ଭିତ୍ତିରେ ତୋହରି ଗଠନ,
ଏକତ୍ମତାରେ ହିଁ ତୋହରି ଅସ୍ତିତ୍ୱ
ବଞ୍ଚିଛି ଉତ୍କଳୀୟତା ।
ବନ୍ଦେ ଉତ୍କଳ ମାତା ।

ପରାକ୍ରମଶାଳୀ ତୋ’ ସନ୍ତାନଗଣ
କେ’ ଭୁଲି ପାରିବ ଯେତେ ତାଙ୍କ ଦାନ
ଗଙ୍ଗାଠାରୁ ଗୋଦାବରୀ ତୋ’ ବିସ୍ତୃତି
ଧର୍ମର ଆଧାରଭୁତା ।
ବନ୍ଦେ ଉତ୍କଳ ମାତା ।

କେତେ ଜ୍ଞାନୀଗୁଣୀ ତୋ’ର ସୁତସୁତା
ବିଶ୍ୱ ଦରବାରେ ଉଚ୍ଚ କଲେ ମଥା,
ଅମଳିନ ଯଶଃକୀର୍ତ୍ତି ଗଲେ ରଖି
ବଢ଼ାଇ ତୋ’ ମହାନତା ।
ବନ୍ଦେ ଉତ୍କଳମାତା ।

– ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।