ଅଶୋକ କୁମାର ପାଠୀ

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।

Sridurga Janana

ଶ୍ରୀଦୁର୍ଗା ଜଣାଣ

ଆସ ମା’ ଦୁର୍ଗେ ଦୁର୍ଗତି ନାଶିନୀ ଧରା ପୃଷ୍ଠେ ଅବତରି, ହର ବଲ୍ଲଭେ ମୃଗେନ୍ଦ୍ର ବାହିନୀ ମର୍ତ୍ତ୍ୟାବସ୍ଥା ଅନୁସରି ॥ ପ୍ରତିବର୍ଷ ପରି ଚଲିତ ବର୍ଷର ନୁହଁଇ ତ ଉପଯୁକ୍ତ, ଚାଇନା ଭୂମିରୁ ଦର୍ଦ୍ଦାନ୍ତ ଅସରୁ କରୋନା ଭୂତ ଆଗତ ॥ ଦ୍ୱିସହସ୍ର ବିଂଶ ଅତ୍ୟନ୍ତ ବିମର୍ଷ କରୋନା ରାକ୍ଷସ ଲାଗି, ସମଗ୍ର ସଂସାର ଅତୀବ କାଗତ ନିଜ ପ୍ରାଣରକ୍ଷା ଲାଗି ॥ ଯେତେ ଦେବାଦେବୀ ଦରଶନ ବିଧି ପୂଜାପାର୍ବଣମାନ, ସମ୍ପୂର୍ଣ୍ଣେ ବ୍ୟାହାତ କିମ୍ବା ସଂକୁଚିତ କୋଭିଡ୍-୧୯…

ଅଧିକ ପଢ଼ନ୍ତୁ
Ashra Tike Deba Ki

ଆଶ୍ରା ଟିକେ ଦେବ କି?

ଆହେ ଦୀନବନ୍ଧୁ, ପ୍ରଭୁ କୃପା କରିବ କି ହେ ଭବତରଙ୍ଗିଣୀ-ସ୍ରୋତେ, ଡାକୁଛି ମୁଁ କଣ୍ଠାଗ୍ରତେ କୃପା-ନାବ ପଠାଇ, ମୋତେ ତାରିବ କି ହେ…? ବିଷୟା-ଜଞ୍ଜାଳ-ଜାଲ ଛନ୍ଦିଲେ ମତେ ପ୍ରବଳ ତବ କୃପା-କୃପାଣରେ ତାକୁ କାଟିବ କି ହେ…? ଦିବସ ଅବା ରଜନୀ, ଶୟନେ ସପନେ ପୁଣି ମୋର ନେତ୍ର ପଥେ ତୁମ ରୂପ ନାଚିବ କି ହେ…? ଦୂରୁହ ସଂସାରୁ ମୋତେ ପାରିକର ଜଗନ୍ନାଥେ ପାଦ ଖସିଗଲେ ତୁମେ ହାତେ ଧରିନେବ କି…? ମୁଁ ପତିତ ଶିରୋମଣି,…

ଅଧିକ ପଢ଼ନ୍ତୁ
Janana

ଜଣାଣ

ଜୀବନ ଯାତ୍ରାରେ ସୁଖକୁ ଦେଇଛ ଦୁଃଖ ତ ପୁଣି ଦେଇଛ, ସୁଖ ଦୁଃଖ ସବୁ ଫେଣ୍ଟା ଫେଣ୍ଟି କଲେ କେବଳ ତୁମେ ଥାଉଛ । ସୁଖକୁ ନିଜର କଲାବେଳେ ମୁହିଁ ତୁମ ନାମ ଭୁଲିଗଲି, ଦୁଃଖକୁ ନିଜର କରିପାରିଲିନି ତୁମ ନାମକୁ ଜପିଲି । ହେ କରୁଣାମୟ ମୋର ସ୍ଵାର୍ଥ ପଣେ କରିଦିଅ ଅଣଦେଖା, ଅମୃତ ସନ୍ତାନ ପଣେ ତୋଳିନିଅ ଏତିକି ମୋ ଦୀନ ଭିକ୍ଷା । ଦେଲ ଧନ ଜନ ମାନ ସନମାନ ସବୁକିଛି ଦେଲ…

ଅଧିକ ପଢ଼ନ୍ତୁ
Nibedana

ନିବେଦନ

ଭିକାରି ଗୋଟିଏ କର ମତେ ପ୍ରଭୁ ଥିବି ତୁମ ବଡ଼ଦାଣ୍ଡେ । ବଡ଼ଦାଣ୍ଡେ ଯେତେ ଆସିବେ ଭକତେ ସେ ରେଣୁ (ପଦ ରେଣୁ) ଥାଉ ମୋ ମୁଣ୍ଡେ ॥ ମାଳିଟିଏ ପ୍ରଭୁ କରିଦିଅ ମତେ ତୁମ ବଗିଚାରେ ଥିବି । ତୁଳସୀ, ଦୟଣା ମାଳତି, ମଲ୍ଲିକା ମରୁଆ ତୋଳି ଆଣିବି ॥ କୁମ୍ଭକାରଟିଏ କରିଦିଅ ମତେ ତୁମ୍ଭ ସେବାରେ ଲାଗିବି । ଶ୍ରୀ ମହାପ୍ରସାଦ ରନ୍ଧନ ପାଇଁକି କୁଡ଼ୁଆ ଯୋଗଉଥିବି ॥ ଶିଆଳି ଗଛଟେ କରିଦିଅ ମତେ…

ଅଧିକ ପଢ଼ନ୍ତୁ
asa-prabhu

ଆସ ପ୍ରଭୁ

ଆସ ପ୍ରଭୁ ବସ ମୋର ହୃଦ କନ୍ଦରେ ଛାଡ଼ିବନି କେବେ ମୋତେ ଭଲ ମନ୍ଦରେ, ଭଲ ମନ୍ଦ ସବୁ ମହାପ୍ରସାଦ ସେ ମହାପ୍ରସାଦେ ମୋ ମନ ମୋଦ ଭକତି ପୁଷ୍ପାଞ୍ଜଳି ଶ୍ରୀ-ପାଦ ଦ୍ଵନ୍ଦରେ ॥ ବୈନତେୟ ଠାରୁ ବଳି ଆସନ କାହିଁ ତାମରସ ଠାରୁ ବଳି କୁସୁମ କାହିଁ, ତୋଷେ ସରସ୍ଵତୀ ବୀଣା ଝଙ୍କାର କି ଦେଇ ପାରିବି ମୁଁ ନୁହେଁ ମୋର ତୋଷି ପାରିବି କି ମୁହିଁ ଗୀତ ଛନ୍ଦରେ ॥ ମୃଦୁ ତଳପ ଯାହାର…

ଅଧିକ ପଢ଼ନ୍ତୁ