You are currently viewing ଶ୍ରୀଦୁର୍ଗା ଜଣାଣ
ଶ୍ରୀଦୁର୍ଗା ଜଣାଣ

ଶ୍ରୀଦୁର୍ଗା ଜଣାଣ

ଆସ ମା’ ଦୁର୍ଗେ ଦୁର୍ଗତି ନାଶିନୀ
ଧରା ପୃଷ୍ଠେ ଅବତରି,
ହର ବଲ୍ଲଭେ ମୃଗେନ୍ଦ୍ର ବାହିନୀ
ମର୍ତ୍ତ୍ୟାବସ୍ଥା ଅନୁସରି ॥

ପ୍ରତିବର୍ଷ ପରି ଚଲିତ ବର୍ଷର
ନୁହଁଇ ତ ଉପଯୁକ୍ତ,
ଚାଇନା ଭୂମିରୁ ଦର୍ଦ୍ଦାନ୍ତ ଅସରୁ
କରୋନା ଭୂତ ଆଗତ ॥

ଦ୍ୱିସହସ୍ର ବିଂଶ ଅତ୍ୟନ୍ତ ବିମର୍ଷ
କରୋନା ରାକ୍ଷସ ଲାଗି,
ସମଗ୍ର ସଂସାର ଅତୀବ କାଗତ
ନିଜ ପ୍ରାଣରକ୍ଷା ଲାଗି ॥

ଯେତେ ଦେବାଦେବୀ ଦରଶନ ବିଧି
ପୂଜାପାର୍ବଣମାନ,
ସମ୍ପୂର୍ଣ୍ଣେ ବ୍ୟାହାତ କିମ୍ବା ସଂକୁଚିତ
କୋଭିଡ୍-୧୯ କାରଣ ॥

ଅନଳାତ୍ମିକେ ଗୋ ଅନଳରୁ ଜାତ
ଅନଳେ ସମୁଦ୍‌ଭାସିତ,
ସିଂହପିଠି ବସ ଟେକି ଦଶଭୂଜ
ମର୍ତ୍ତ୍ୟ ମଣ୍ଡଳକୁ ଆସ ॥

ଶଙ୍ଖ, ଚକ୍ର, ଗଦା ଖଡ୍ଗ, ଖର୍ପର
ଶୂଳ ଖେଟ ଧନୁର୍ବାଣ,
ଅସ୍ତ୍ରରେ ସଜ୍ଜିତ ହୋଇ ଜଗନ୍ମାତ
କରୋନାର ନିଅ ପ୍ରାଣ ॥

ମଧୁକୈଟଭ ମହିଷ, ଧୁମ୍ରାକ୍ଷ
ଚଣ୍ଡମୁଣ୍ଡ ରକ୍ତବୀଜ,
ଶୁମ୍ଭ ନିଶୁମ୍ଭ ଯେତେ ସୈରଭି
ଗଣେ କରିଛ ନିର୍ଜୀବ ॥

କରୋନାକୁ ମାର ବିଶ୍ୱକୁ ଉଦ୍ଧାର
ଉଶ୍ୱାସ ହେଉ ମହୀ,
ନମୋ ଭଗବତୀ ଦେବୀ ଗୋ ପାର୍ବତୀ
ଜନନୀ କରୁଣାମୟୀ ॥

– ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।