ମିଳେ ନାହିଁ ଆତ୍ମା ସୁଖ

Mile Nahi Atma Sukha

ଲୋଭମାୟା ପୂର୍ଣ୍ଣ ପାର୍ଥିବ ଶରୀର
ଖୋଜେନି ଆତ୍ମାର ସୁଖ
ସଂସାର ଜଞ୍ଜାଳେ ଅଥୟ ଅସ୍ଥିର
ଭୋଗ କରେ ଯେତେ ଦୁଃଖ ।

ଭଜନ କୀର୍ତ୍ତନ ହୋଇଯାଏ ସ୍ୱପ୍ନ
ମୈଥୁନ ଆସକ୍ତି ମନେ
ଅର୍ଥର ଲାଳସା କ୍ଷମତାର ଆଶା
ବସଇ ହୃଦୟ ସ୍ଥାନେ ।

ନିର୍ବାଣ ଶବ୍ଦଟି ହୁଅଇ କାହାଣୀ
ସଙ୍କୋଚିତ ଦାନ ଧର୍ମ
ସର୍ବଶ୍ରେଷ୍ଠ ପ୍ରାଣୀ ଯାଏ ନାଶ ପୁଣି
ଭୁଲିଯାଇ ନିଜ କର୍ମ ।

ସଞ୍ଚୟର ନିଶା ଭବିଷ୍ୟତ ଚିନ୍ତା
ବିଳାସେ ଜୀବନ ପଥ
ସର୍ବତ୍ର ଚାଲିଛି ବ୍ୟସନ ଶୋଷଣ
ଭାଙ୍ଗି ଯାଏ ଆତ୍ମା ରଥ ।

– ଟୁକୁନା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...