You are currently viewing ଧାରେ ହସ
ଧାରେ ହସ

ଧାରେ ହସ

ଭାବନାରେ ଭିଜି
ସପନରେ ଖୋଜିବାପରେ
ହୃଦୟର ପ୍ରୟାସ ପଚାରିବାକୁ
ପ୍ରଶ୍ନଟିଏ…?

ଯେବେ ପ୍ରଶ୍ନର ଉତ୍ତର
ମିଳିବା ଆଗରୁ
ସପନ ଦେଖୁଥିବା ଦୁଇ ଆଖି
ଆପେ ଆପେ ଭିଜିଯାଏ

କିଛି କହିବାକୁ ଚାହୁଁଥିବା ଓଠ
ତୁନି ରହିବାର ପ୍ରଚେଷ୍ଟାରେ
ହୃଦୟର ସହସ୍ରାଧିକ ଭାବନାକୁ
ମାରିବାକୁ ମନସ୍ତ କରିନିଏ
ଉଠୁଥିବା କୋହର ତରଙ୍ଗକୁ
ଇନ୍ଦଧନୁର ସାତରଙ୍ଗେ ସଜେଇ ଦିଏ…

କେହିଜଣେ ଚିତ୍କାର କରୁଥାଏ
ଶୁଣୁଛ… ଏଇ ଶୁଣୁଛ
ଶୁଣିଲନି ଯେ… କ’ଣ ହେଇଛି ତମର
ଦୁଃଖ କର ନାହିଁ
ମୁଁ ବଦଳିଯିବି, ଖାସ ତୁମ ଓଠରେ
ଧାରେ ହସ ଦେଖିବା ପାଇଁ !!

– କାହ୍ନୁ ଚରଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କାହ୍ନୁ ଚରଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।