You are currently viewing ରାହା
ରାହା

ରାହା

ଜନମୁଁ ଜୀବନ ଘଡ଼ି ଘଡ଼ି ବଢ଼େ
ଯାତ୍ରା ପଥ ଅସରନ୍ତି
ଏକା କେବେ ଅବା ସାଙ୍ଗସାଥୀ
ମେଳେ ନ ଭରି ଭିତି କି ଭ୍ରାନ୍ତି ।

ଜୀବନ ଯମୁନା ଆଗେ ବଢ଼ିଚାଲେ
ନିତିଦିନ ଗୀତ ସିଏ
ଘସି ମାଜି ଦେଇ ବଞ୍ଚିବାର
କଳା ସିଏ ତ ଶିଖାଇ ଦିଏ ।

ସବୁ ଦିଗେ ଭରା ପ୍ରଭୂଙ୍କ ମହିମା
ଆଶୀଷ ର ସୁଧା ଧାରା
କିଏ କେଉଁ ମତେ ସରଳ ଜଟିଳ
ଉଚ୍ଚା ନିଚ୍ଚା ପଥ ପରା ।

ଆଗେ ବଢ଼ି ଚାଲେ ଜୀବନର
ଧାରା ସେଇ ଏକା, ଏକ ଲକ୍ଷ
ଅନ୍ଧାର ମାଡିବା, ଆଗୁ
ନାଆ କୂଳେ ଲଗାଏ ନାବିକ ଦକ୍ଷ ।

ପଥ ଅସୁମାରି ଖୋଜି ନିଜ ବାଟ
ଶୀର୍ଷ ରହେ ଅନୁଭାଗେ
ସୁଖ ଦୁଃଖ ଫେଣ୍ଟା ରାହା ମାଡ଼ି ଚାଲେ
ପ୍ରଭୁ ପାଦ ଅନୁରାଗେ ।

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।