You are currently viewing ଅବିଶ୍ରାନ୍ତ ସହର
Odia Poem Abishranta Sahara (ଅବିଶ୍ରାନ୍ତ ସହର) by Alok Tripathy

ଅବିଶ୍ରାନ୍ତ ସହର

କ୍ଲାନ୍ତିର ଜ୍ୱାଳାରେ ଆତୁର,
ଏ ସହର ଆଜି ଆଉଥରେ
ପ୍ରତୀକ୍ଷାରେ ରଜନୀର ।

ଆକାଶଟା କଳାରଙ୍ଗରେ
ରଙ୍ଗେଇ ହେବ ଯେବେ,
ଆଉ ରାସ୍ତାଗୁଡ଼ା ବତୁରିଯିବେ
ବିଜୁଳିବତୀର ଆଲୁଅରେ,
ଆରମ୍ଭ ହେବ ଚାରିଆଡ଼େ
ବିଶ୍ରାମର ମହୌତ୍ସବ ।

ନିଦ୍ରାକୁ ଆଲିଙ୍ଗନ କରି,
କେତେ ସ୍ୱପ୍ନ
ଏ ସହର ଗଢ଼ିଯିବ ।

ହେଲେ ବେଳ ଦେଖି,
ବାହୁଡ଼ିଯିବ ତନ୍ଦ୍ରା ।

କଥା ଦେବ
ଏ ନୁହଁ ଶେଷ ଦେଖା ।

ଆସିବ କାଲିକି
ସବୁ ବ୍ୟଥା
ପୁଣିଥରେ ହରିନେବ ।

– ଆଲୋକ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଲୋକ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।