ନୈନା ତମେ ଅଜଣା ଗପର ନୂଆ ନାୟିକା
ଅକୁହା କଥାର ତମେ ନୂଆ କବିତା ।
ନୈନା ତମେ ଫୁଲର ଦେଶ ରାଜକୁମାରୀ
ବନ ପାହଡ଼ର ତମେ ବନ ହରିଣୀ ।
ନୈନା ତମେ ସାଗରର ଶାମୁକାରାଣୀ
ସ୍ୱାତି ନକ୍ଷେତ୍ର ଜଳରେ ସାଜ ମୁକୁତା ମାଳୀ ।
ନୈନା ତମେ ବସନ୍ତରେ କୃଷ୍ଣଚୂଡ଼ା କେଶ ଚୂଡ଼ାମଣୀ
ନୈନା ତମେ ଶ୍ରାବଣେ ଆକାଶେ କଳାଗଭାର ବେଣୀ ।
ନୈନା ତମେ ମୋ ହୃଦୟର ସ୍ପନ୍ଦନର ପ୍ରତିଧ୍ୱନୀ,
ମୋ ଜୀବନର ରଙ୍ଗରେ ତମେ ଆଶା ରୋଷଣୀ ।
– ପ୍ରମୋଦ କୁମାର ବିଶ୍ୱାଳ