You are currently viewing ମୋ ଗାଆଁରେ ଶୀତର ଦୃଶ୍ୟ
Odia Poem on Winter - Mo Gon re Sita

ମୋ ଗାଆଁରେ ଶୀତର ଦୃଶ୍ୟ

ଶୀତ ତା’ ପସରା ମେଲାଇ
ଦେଲାଣି ମୋ ଗାଆଁରେ
ସକାଳ ସୂରଜ ମୁରୁଜ ପକାଏ
ମୋ ଘର ଅଗଣାରେ ।

କୁହୁଡ଼ି ଚାଦର ଢାଙ୍କି ତ ଦେଲାଣି
ଗାଁକୁ ମୋର
ଘାସର ବକ୍ଷରେ ଶିଶିର ବିନ୍ଦୁ
ଯେ କରେ ବିଭୋର ।

ଚତୁପାର୍ଶ୍ୱ ଛାଇଗଲା ଶିଶିରେ
ଶୀତୁଆ ସକାଳେ ମୋ ଗାଁର
ଦୃଶ୍ଯ ରହିଗଲା ମୋ ମନ ଭିତରେ ।

ଶୀତର ସକାଳ ଲାଗେ ମନୋରମ
ସୂରୁଯ କିରଣେ ଚତୁପାର୍ଶ୍ୱ ଅଜି ଦିଶୁଛି ସ୍ୱର୍ଣିମ
ଖଳାକ୍ଷେତ ସବୁ ପୁରି ଯେ
ଉଠିଛି ଧାନ ଗଦାରେ
କୁକୁର ଛୁଆଟା ସର୍କସ
ମାରୁଛି ପାଳ ଗଦାରେ ।

କେତେ ସୁନ୍ଦର ଏ ମନୋରମ
ଦୃଶ୍ଯ ମୋ ଗାଆଁରେ
ଚତୁପାର୍ଶ୍ୱ ଏଠି ଚିକିମିକି କରେ
ଶିଶିର ବିନ୍ଦୁରେ ଶୀତୁଆ ସକାଳ
ବିଭୋର କରେ ଯେ ତା ମୋହରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରେନ୍ଦ୍ର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ରଚନା କରନ୍ତି ।